ବିଳମ୍ବରେ ଆସିଲା ଆମ୍ବୁଲାନ୍ସ : ଆରପାରିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ

ବିଳମ୍ବରେ ଆସିଲା ଆମ୍ବୁଲାନ୍ସ : ଆରପାରିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ

ବିଳମ୍ବରେ ଆସିଲା ଆମ୍ବୁଲାନ୍ସ : ଆରପାରିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ
ରାଜକୋଟ : ୧୦୮ ଆମ୍ବୁଲାନ୍ସ ସେବାକୁ ନେଇ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଅସନ୍ତୋଷ ପରିଲକ୍ଷିତ ହେଉଛି । ଓଡ଼ିଶାରେ ଆମ୍ବୁଲାନ୍ସ ବିଳମ୍ବରେ ଆସିବା, ଅଧା ବାଟରେ ତେଲ ସରିବା ଭଳି ଅନେକ ଘଟଣାର ନଜିର ରହିଥିବାବେଳେ ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା ବି କରୁଥିବା ଦେଖିବାକୁ ମିଳୁଛି । ତେବେ ଗୁଜୁରାଟର ଏମିତି ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମ୍ପର୍କୀୟ ଭାଇ ଅନୀଲ ସଂଘଭି ଅସୁସ୍ଥ ଥିଲେ । ଡାକ୍ତରଖାନା ଯିବା ପାଇଁ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ତେବେ ଆମ୍ବୁଲାନ୍ସ ୪୫ ମିନିଟ ବିଳମ୍ବରେ ଆସିଥିଲା । ଫଳରେ ସଂଘଭୀଙ୍କର ମୃତୁ୍ୟ ଘଟିଥିଲା । ଅପରପକ୍ଷରେ ବିଳମ୍ବିତ ଆମ୍ବୁଲାନ୍ସ ସେବାକୁ ନେଇ କ୍ଷୁବ୍ଧ ରୂପାନୀ ଘଟଣାର ଯାଂଚ ପାଇଁ ସ୍ଥାନୀୟ ଜିଲ୍ଳାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।