ଆଇଏମଏଫ୍ ମୁଖ୍ୟ ପଦ ଦୌଡ଼ରେ ରାଜନ୍

ଆଇଏମଏଫ୍ ମୁଖ୍ୟ ପଦ ଦୌଡ଼ରେ ରାଜନ୍

ଆଇଏମଏଫ୍ ମୁଖ୍ୟ ପଦ ଦୌଡ଼ରେ ରାଜନ୍
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଖ୍ୟ ଦୌଡ଼ରେ ଅଛନ୍ତି । ଏହି ପଦରେ ଭାରତର ରାଜନଙ୍କୁ ନିଯୁକ୍ତି ମିଳିପାରେ ବୋଲି ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଆଇଏମ୍ଏଫ୍ ଏମଡ଼ି ପଦରୁ କ୍ରିଷ୍ଟିନ ଲାଗାର୍ଡ ତାଙ୍କ ଇସ୍ତଫା ଗତ ସପ୍ତାହରେ ଘୋଷଣା କରି ସାରିଛନ୍ତି । ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ସଭାପତି ଭାବେ ୟୁରୋପୀୟ ପରିଷଦ ତାଙ୍କୁ ମନୋନୀତ କରିବା ପରେ ଏହି ପଦରୁ ଇସ୍ତଫା ଦେଛନ୍ତି । ଏବେ ସେ ଆସନ୍ତା ସେପ୍ଟେମ୍ବ ୧୨ ପର୍ଯ୍ୟନ୍ତ ଉକ୍ତ ପଦରେ କାର୍ଯ୍ୟ କରିବେ । ଏହା ପରେ ଆଇଏମ୍ଏଫ୍ ଏମଡି ଆସନରେ ଜଣେ ନୂଆ ବ୍ୟକ୍ତି ବସିବେ । ୟୁରୋପ ଏବଂ ଆମେରିକୀୟ ବାହାରୁ ଜଣକୁ ଆଇଏମ୍ଏଫ୍ର ଏମଡ ଭାବରେ ନିଯୁକ୍ତି ଦେବା ଲାଗି ଦାବି ବୃଦ୍ଧି ପାଉଥିବାରୁ ରାଜନ ଏଥିପାଇଁ ଦୃଢ଼ ଦାବିଦାର ବୋଲି ଆଲୋଚନା ହେଉଛି । ରାଜନଙ୍କ ବ୍ୟତୀତ ଆଇଏମ୍ଏଫ୍ ଏମଡି ପାଇଁ ଅନ୍ୟ ଯେଉଁମାନଙ୍କ ନାମ ଚର୍ଚ୍ଚା ହେଉଛ ସେମାନଙ୍କ ମଧ୍ୟରେ ବ୍ୟାଙ୍କ ଅଫ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କେର୍ଣ୍ଣି, ଡେଭିଡ କେମରୁନ ସରକାରରେ ପୂର୍ବତନ ଚାନସେଲର ଜର୍ଜ ଓସବର୍ଣ୍ଣ ଏବଂ ନେଦରଲାଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ଡିରୋନ ଡାଇସେଲବ୍ଲୋଏମ ପ୍ରମୁଖ ରହିଛନ୍ତ । କିଛି ଦିନ ତଳେ ବ୍ରିଟେନର କେନ୍ଦ୍ରିୟ ବ୍ୟାଙ୍କ ଗଭର୍ଣ୍ଣର ପଦ ପାଁ ରାଜନ ପ୍ରମୁଖ ଦାବଦାର ବୋଲି କୁହାଯାଉଥିଲା । ତାହାକୁ ଖଣ୍ଡନ କରିଛନ୍ତି ରାଜନ । କାହିଁକି ଏ ପଦ ପାଇଁ ସେ ଆବେଦନ କରିନଥିଲେ ତାହାର କାରଣ ଜଣାଇ କହିଛନ୍ତି ଯେ, ଦେଶର ରାଜନୀତିକୁ ଭଲ ଭାବେ ବୁଝିପାରୁଥିବା ବ୍ୟକ୍ତି କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ହେଲେ ବହୁତ ଭଲ ।