ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା

ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା

ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା
କରାଚୀ : ପାକିସ୍ତାନରେ ଟମାଟୋ, ସୁନା ପରେ ଏବେ ସେଠାରେ ଦୁଗ୍ଧର ଦାମ୍ ଆକାଶ ଛୁଇଁଛି। ପାକିସ୍ତାନର ମିଡିଆ ରିପୋର୍ଟ ଅନୁଯାୟୀ କରାଚୀ ଏବଂ ସିନ୍ଧ ପ୍ରାନ୍ତରେ ଲୋକମାନେ ଦୁଗ୍ଧ ଲିଟର ପିଛା ୧୪୦ ଟଙ୍କା ଦେଇ କିଣିଛନ୍ତି। ପାକିସ୍ତାନରେ ଏବେ ଦୁଗ୍ଧ ତୁଳନାରେ ପେଟ୍ରୋଲ ଶସ୍ତାରେ ମିଳୁଛି। ସେଠାରେ ଏବେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କାରେ ମିଳୁଥିବା ବେଳେ ଦୁଗ୍ଧ ଲିଟର ଦାମ୍ ୧୪୦ ଟଙ୍କା ରହିଛି। ମହରମ କାରଣରୁ ସେଠାରେ ଦୁଗ୍ଧର ଚାହିଦା ବଡିଥିଲା। ଫଳରେ ଏହାର ଦାମ୍ ଆକାଶ ଛୁଆଁ ହୋଇଥିଲା। ସେହି ସମୟରେ କରାଚୀରେ ଲୋକମାନେ ଲିଟର ପିଛା ୯୪ ଟଙ୍କା ଦେଇ ଦୁଗ୍ଧ କିଣୁଛନ୍ତି। ଏନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କରାଚୀର କମିଶନର ଇଫତିଖାର ଶାଲବାନୀ ବର୍ଦ୍ଧିତ ଦାମକୁ ନେଇ କୌଣସୀ କାର‌୍ୟ୍ୟାନୁଷ୍ଠାନ ନେଇ ନାହାଁନ୍ତି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ସେହିପରି ଗତ ମାସରେ ପାକିସ୍ତାନରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବକରୀଦ ଅବସରରେ ଲୋକମାନେ ଦରଦାମ୍ ବୃଦ୍ଧି ନେଇ ତ୍ରାହି ତ୍ରାହି ଡାକିଥିଲେ। ଏଠାରେ ରଶୁଣର ଦାମ୍ କିଲୋ ପିଛା ୪୦୦ ଟଙ୍କା ଥିବା ବେଳେ ଲଙ୍କା ୧୦୦ ଟଙ୍କା ଏବଂ ପିଆଜ ୫୦ ଟଙ୍କାରେ ବିକ୍ରୀ କରାଯାଉଛି।