ଲଦାଖ୍ ନିକଟରେ ପାକ୍ ଯୁଦ୍ଧ ବିମାନ

ଲଦାଖ୍ ନିକଟରେ ପାକ୍ ଯୁଦ୍ଧ ବିମାନ

ଲଦାଖ୍ ନିକଟରେ ପାକ୍ ଯୁଦ୍ଧ ବିମାନ
ନୂଆଦିଲ୍ଲୀ : ଭାରତର ଆତଙ୍କବାଦୀ ଆକ୍ରମଣ ଘଟାଇବା ପାଇଁ ପାକିସ୍ତାନ ସେନା ଏବଂ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀଙ୍କୁ ସହଯୋଗ କରୁଛନ୍ତି । ଏଲଓସି ନିକଟରେ ମଧ୍ୟ ଏବେ ୧୫୦ ରୁ ଅଧିକ ଆତଙ୍କବାଦୀ ସକ୍ରିୟ ଥିବା ଜଣାପଡ଼ିଛି । ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଥିବା ବେଳେ ପାକ୍ ସେନା ପକ୍ଷରୁ ଲଦାଖ ନିକଟରେ ଯୁଦ୍ଧ ବିମାନ ମୁତୟନ କରାଯାଉଛି । ଲଦାଖର ଠିକ୍ ବିପରୀତ ପାଶ୍ୱର୍ରେ ପାକିସ୍ତାନ ଯୁଦ୍ଧ ବିମାନ ମୁତୟନ କରୁଥିବାରୁ ଭାରତ ଏହା ଉପରେ କଡ଼ା ନଜର ରଖିଛି । ପାକିସ୍ତାନ ବାୟୁସେନାର ୩ ଟି.ସି-୧୩୦ ପରିବହନ ବିମାନ ଯୋଗେ ଗତ ଶନିବାର ଦିନ ପାକିସ୍ତାନ ସ୍କ୍ୱାର୍ଡ ବାୟୁସେନା ଘାଟିକୁ ବିଭିନ୍ନ ଉପକରଣ ନିଆଯାଉଥିବା ଗୁଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି । ସ୍କାର୍ଡ ବାୟୁସେନା ଘାଟି ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ଠିକ୍ ବିପରୀତ ପାଶ୍ୱର୍ରେ ଥିବାରୁ ଭାରତୀୟ ଗୁଇନ୍ଦା ସଂସ୍ଥା ସହ ଉଭୟ ସ୍ଥଳ ସେନା ଏବଂ ବାୟୁସେନା ପକ୍ଷରୁ ଏଥିପ୍ରତି କଡ଼ା ନଜର ରଖାଯାଇଛି । ସୀମା ନିକଟରେ ପାକିସ୍ତାନର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି । ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ଦ୍ୱାରା ଏହାର ଆଗୁଆ ସେନା ଘାଟିକୁ ସ୍ଥାନାନ୍ତର ହୋଇଥିବା ଉପକରଣ ଯୁଦ୍ଧ ବିମାନ ଅପରେସନରେ ସାହାଯ୍ୟ କରିପାରେ । ଅନେକ ବର୍ଷ ଧରି ପାକିସ୍ତାନ ଆମେରିକାର ସି-୧୩୦ ପରିବହନ ବିମାନ ବ୍ୟବହାର କରୁଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନ ଲଦାଖ ନିକଟରେ ଯୁଦ୍ଧ ବିମାନ ମୁତୟନ କରିଥିବାରୁ ପାକିସ୍ତାନ କୌଣସି ପ୍ରକାର ବଡ଼ ଧରଣର ଅପରେସନ୍ କରିପାରେ ବୋଲି ଆଶଙ୍କା କରାଯାଉଛି ।