ଇଦ୍ ପରମ୍ପରା ଭାଙ୍ଗିଲେ : ସୀମାରେ ସେନାର ମିଠା ଦିଆନିଆ ବନ୍ଦ

ଇଦ୍ ପରମ୍ପରା ଭାଙ୍ଗିଲେ : ସୀମାରେ ସେନାର ମିଠା ଦିଆନିଆ ବନ୍ଦ

ଇଦ୍ ପରମ୍ପରା ଭାଙ୍ଗିଲେ : ସୀମାରେ ସେନାର ମିଠା ଦିଆନିଆ ବନ୍ଦ
ଅଟ୍ଟାରି : ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ଥାନ ଓ ଭାରତ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇପଡ଼ିଛି । ପାକିସ୍ତାନ ସମ୍ପୂର୍ଣ୍ଣ ବିଚଳିତ ହୋଇପଡ଼ିଛି । ଏକତରଫା ଭାବେ ଗୁଡ଼ାଏ ନିଷ୍ପତ୍ତି ନେଇ ଏହାକୁ କାର୍ଯ୍ୟକାରୀ କରୁଛି । ଠିକ୍ ଏହି ଢ଼ଙ୍ଗରେ ପାକ୍ ରେଞ୍ଜର୍ସମାନେ ଆଜି ଇଦ୍ ପରମ୍ପରା ଭାଙ୍ଗି ଭାରତୀୟ ବିଏସଏଫ ଯବାନଙ୍କ ଇଦ୍ ମିଠା ଗ୍ରହଣ କରିନାହାନ୍ତି । ପରମ୍ପରା ଅନୁଯାୟୀ ଇଦରେ ଭାରତର ବିଏସଏଫ ଏବଂ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଦିଆ ନିଆ ସହ ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଦେଇଥାନ୍ତି । କିନ୍ତୁ ଆଜି ଅଟ୍ଟାରୀ-ୱାଘା ସୀମାରେ ମିଠା ଆଦାନ ପ୍ରଦାନ ହୋଇନି । ପାକ୍ ରେଞ୍ଜର୍ସ ମିଠା ଗ୍ରହଣ କରିବେନି ବୋଲି ମନା କରିଥିବା ବିଏସଏଫ ଡିଆଇଜି ବିଏସ୍ ରାୱତ କରିଛନ୍ତି । ଉଭୟ ଭାରତ ଏବଂ ପାକିସ୍ତାନ ପକ୍ଷରୁ ସୀମା ସୁରକ୍ଷାରେ ମୁତୟନ ହୋଇଥିବା ଯବାନଙ୍କ ମଧ୍ୟରେ ଇନ୍ ଓ ଅନ୍ୟାନ୍ୟ ପର୍ବ ଗୁଡ଼ିକରେ ମିଠା ଦିଆନିଆ ସହ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥାଏ । କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି କାରଣ ପାଇଁ ଉତ୍ତେଜନା ବୃଦ୍ଧି ପାଇଲେ ଏହି କାର୍ଯ୍ୟ ପୂର୍ବରୁ ମଧ୍ୟ ଅନେକ ଥର ବନ୍ଦ ରହିଥିବା ଦୃଷ୍ଟାନ୍ତ ରହିଛି । ଗତ ଜୁନ୍ରେ ବିଏସ୍ଏଫ ପାକ୍ ରେଞ୍ଜର୍ସଙ୍କ ଇଦ୍ ମିଠା ରଖିନଥିଲା । ପାକ୍ ରେଞ୍ଜର୍ସଙ୍କ ଗୁଳିରେ ବିଏସ୍ଏଫର ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ର‌୍ୟାଙ୍କ ଅଫିସରଙ୍କ ସମେତ ୪ ଯବାନ ସହିଦ ହେବାରୁ ବିଏସ୍ଏଫ ପାକ୍ ରେଞ୍ଜର୍ସଙ୍କ ମିଠା ରଖିନଥିଲା ।