ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ
ଲଣ୍ଡନ: ପଳାତକ ନିରବ ମୋଦିଙ୍କୁ ଜାମିନ ମିଳିଲାନି । ବି୍ରଟେନ କୋର୍ଟରେ ନିରବ ମୋଦିଙ୍କ ଜାମିନ ଆବେଦନକୁ ଖାରଜ କରିଦିଆଯାଇଛି । ଏହାକୁ ମିଶାଇ ମୋଟ ଚତୁର୍ଥ ଥର ପାଇଁ ନିରବଙ୍କ ଜାମିନ ଆବେଦନ ଖାରଜ କରିଦିଆଯାଇଛି । ଜାମିନ ପାଇବା ପରେ ନିରବ ପ୍ରମାଣ ନଷ୍ଟ କରିଦେବାର ଆଶଙ୍କା ଥିବାରୁ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ଜଣାଯାଇଛି । ୧୩ ହଜାର ୫୦୦ କୋଟିର ପିଏନବି ଦୁର୍ନୀତିରେ ସମ୍ପୃକ୍ତ ନୀରବଙ୍କୁ ଲଣ୍ଡନ ପୁଲିସ ଗିରଫ କରିଥିଲା । ଇଡି ଅନୁରୋଧରେ ଲଣ୍ଡନ କୋର୍ଟ ନୀରବଙ୍କ ବିରୋଧରେ ୱରେଣ୍ଟ ଜାରି କରିଥିଲେ । ପିଏନବି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନୀରବ ଦେଶ ଛାଡ଼ି ପଳାଇଥିଲେ । ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ପାସପୋର୍ଟ ରଦ୍ଧ କରାଯାଇଥିଲେ ମଧ୍ୟ ସେ ପୁରୁଣା ପାସପୋର୍ଟରେ ଲଣ୍ଡନରେ ଥିଲେ ।