ଓଡିଶାରେ ୩ ଦିନ ଅଗ୍ନୀ ବର୍ଷା

ଓଡିଶାରେ ୩ ଦିନ ଅଗ୍ନୀ ବର୍ଷା

ଓଡିଶାରେ ୩ ଦିନ ଅଗ୍ନୀ ବର୍ଷା
ଭୁବନେଶ୍ୱର:ସବୁଆଡେ ଅସମ୍ଭାଳ ତାତି । ରାଜ୍ୟ ତମାମ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜିଠୁ ୩ ଦିନ ଯାଏଁ ୧୭ଟି ଜିଲ୍ଲାରେ ହିଟୱେଭ କଣ୍ଡିସନ ଜାରି କରାଯାଇଛି । ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ବରଗଡ, ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ବୌଦ୍ଧ , କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା ଓ ଭଦ୍ରକ । ସାରା ରାଜ୍ୟରେ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ଆଜି ତାପମାତ୍ରା ୪୫ ଡିଗ୍ରୀ ଟପିବା ଆଶଙ୍କା କରାଯାଉଛି । ଓଡିଶାକୁ ମୌସୁମୀ ଛୁଇଁ ନାହିଁ । ମାତ୍ର ମୌସୁମୀ ପୂର୍ବରୁ ପ୍ରାକ ମୌସୁମି ବର୍ଷାର ବି ଦେଖାନାହିଁ । ପାଣିପାଗରେ ଘୋର ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ଜୁନ ଦ୍ୱିତୀୟ ସପ୍ତାହଠାରୁ ପ୍ରଚଣ୍ଡ ଖରା ଓ ସହ୍ୟ ଗୁଳୁଗୁଳି ଲାଗି ରହିଛି ।