ଜୁଲାଇ ୧୫ରେ ଛଡ଼ାଯିବ ଚନ୍ଦ୍ରାୟନ-୨

ଜୁଲାଇ ୧୫ରେ ଛଡ଼ାଯିବ ଚନ୍ଦ୍ରାୟନ-୨

  ଜୁଲାଇ ୧୫ରେ ଛଡ଼ାଯିବ ଚନ୍ଦ୍ରାୟନ-୨
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୫ରେ ଛଡ଼ାଯିବ ଚନ୍ଦ୍ରାୟନ-୨ । ଜୁଲାଇ ୧୫ରେ ମହାକାଶକୁ ପ୍ରକ୍ଷେପଣ ହେବ ଚନ୍ଦ୍ରାୟନ-୨ । ଏହାକୁ ରାତି ୨ଟା ୫୧ ମିନିଟରେ ଛଡ଼ାଯିବ । ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପ୍ଟେମ୍ବର ୬ ବା ୭ରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ପହଂଚିବାର ଲକ୍ଷ୍ୟ ରଖା ଯାଇଛି । ୩.୮ ଟନ ଓଜନର ଚନ୍ଦ୍ରଯାନ-୨ରେ ୩ଟି ମୁଖ୍ୟ ଅଂଶ ରହିଛି । ଲ୍ୟାଣ୍ଡର-ବିକ୍ରମ, ରୋଭର-ପ୍ରଜ୍ଞାନ, ଅର୍ବିଟରକୁ ନେଇ ଚନ୍ଦ୍ରଯାନ-୨ ଗଢା ଯାଇଛି । ଜୁନ ୨୦ ସୁଦ୍ଧା ଆନ୍ଧ୍ରର ଶ୍ରୀହରିକୋଟାରେ ୩ ଟି ମୁଖ୍ୟ ଅଂଶ ପହଂଚିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅଧ୍ୟକ୍ଷ କେ. ଶିବନ୍ ସୂଚନା ଦେଇଛନ୍ତି ।