ହଟିଲା ନଜରବନ୍ଦି

ହଟିଲା ନଜରବନ୍ଦି

ହଟିଲା ନଜରବନ୍ଦି
ନୂଆଦିଲ୍ଲୀ: ୩୭୦ ଧାରା ଉଚ୍ଛେଦ ପରେ କିଛି ନେତାଙ୍କୁ ନଜରବନ୍ଦୀ ଭାବେ ରଖାଯାଇଥିଲା । ଆଜି ଜମ୍ମୁ-କାଶ୍ମୀରର କିଛି ନେତାଙ୍କ ଉପରୁ ନଜରବନ୍ଦି ହଟାଇ ଦେଇଛି ପ୍ରଶାସନ । ଏନସି ନେତା ଦେବେନ୍ଦ୍ର ରଣା , ଏସ୍.ଏନ୍. ସାଲଥିଆ , କଂଗ୍ରେସ ନେତା ରମଣ ଭଲ୍ଲା, ପାନ୍ଥର୍ସ ପାର୍ଟିର ହର୍ଷଦିୟ ସିଂଙ୍କ ଉପରୁ ନଜରବନ୍ଦି ଉଠାଯାଇଛି । ଏଣିକି ଏହି ନେତା ମାନଙ୍କ ଉପରେ ନଜରବନ୍ଦି ରହିବ ନାହିଁ । ୩୭୦ ଧାରା ଉଚ୍ଛେଦ ପରେ ନେତାଙ୍କୁ ନଜରବନ୍ଦିରେ ରଖାଯାଇଥିଲା ।