ଆଉ ନିର୍ବାଚନ ଲଢିବେନି ଭକ୍ତ ଦାସ

ଆଉ ନିର୍ବାଚନ ଲଢିବେନି ଭକ୍ତ ଦାସ

ଆଉ ନିର୍ବାଚନ ଲଢିବେନି ଭକ୍ତ ଦାସ
ଭୁବନେଶ୍ୱର: ଆଉ ନିର୍ବାଚନ ଲଢିବେନି କଂଗ୍ରେସ ନେତା ଭକ୍ତ ଦାସ । ଏକଥା ଖୋଦ ଶ୍ରୀ ଦାସ ଘୋଷଣା କରିଛନ୍ତି । କଂଗ୍ରେସର ପଦଯାତ୍ରା ଅବସରରେ ଶ୍ରୀ ଦାସ ଏହା କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଆଉ ଲୋକସଭା ଲଢିବି ନାହିଁ । ୯ଥର ନିର୍ବାଚନ ଲଢିଲିଣି । ୩ଥର ସାଂସଦ ହୋଇଥିବାବେଳେ ୬ ଥର ହାରିଛି । ଲୋକଙ୍କ ଉପରେ କାହିଁକି ବୋଝ ହେବି । ଏଥର ନୂଆ ପିଲାଙ୍କୁ ସୁଯୋଗ ଦେବା । ତେବେ ମୁଁ କଂଗ୍ରେସରେ ଅଛି, ଲୋକଙ୍କ ପାଇଁ ଓ ଦଳ ପାଇଁ ସଂଗ୍ରାମ କରିବି ବୋଲି ଭକ୍ତ ଦାସ କହିଛନ୍ତି ।