ମନ୍ତ୍ରୀଙ୍କ ଘରକୁ କଂଗ୍ରେସର ଟମାଟୋ ମାଡ

ମନ୍ତ୍ରୀଙ୍କ ଘରକୁ କଂଗ୍ରେସର ଟମାଟୋ ମାଡ

ମନ୍ତ୍ରୀଙ୍କ ଘରକୁ କଂଗ୍ରେସର ଟମାଟୋ ମାଡ
ଭୁବନେଶ୍ୱର: ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ତାତିଲା ଛାତ୍ର କଂଗ୍ରେସ । ଏହି ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱରସ୍ଥ ସରକାରୀ ବାସଭବନ ଉପକୁ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ଟମାଟୋ ମାଡ଼ କରାଯାଇଛି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସ ଏହି କାଣ୍ଡ ଭିଆଇଛି । ଏପରିକି ଯଦି ମନ୍ତ୍ରୀ ଇସ୍ତଫା ନଦିଅନ୍ତି ତେବେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ କରିବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ପୁଲିସ ଛାତ୍ର କଂଗ୍ରେସର ପ୍ରାୟ ୧୫ରୁ ୨୦ ଜଣ ସଦସ୍ୟଙ୍କୁ ଅଟକ ରଖିଛି । ଅନ୍ୟପକ୍ଷରେ ପୁରୀ ଗଣଦୁଷ୍କର୍ମ ଘଟଣାରେ ଏସପି ଉମାଶଙ୍କର ଦାସ କହିଛନ୍ତି ଯେ, ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ପୀଡ଼ିତାଙ୍କ ବୟାନ ଆଧାରରେ ବ୍ୟବହୃତ କାରକୁ ମଧ୍ୟ ପୁଲିସ ଖୋଜୁଛି । ଜେଲରେ ଥିବା ୨ ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରାଯିବ । ପୀଡ଼ିତାଙ୍କୁ ୫ ଲକ୍ଷ ସହାୟତା ଯଥାଶୀଘ୍ର ମିଳିବା ବ୍ୟବସ୍ଥା କରାଯାଉଛି । ପୀଡ଼ିତାଙ୍କୁ କୁମ୍ଭାରପଡ଼ାରେ ଛାଡ଼ିଥିବା ଯୁବକ ଓ ଯୁବତୀ ତଦନ୍ତ ପରିସରଭୁକ୍ତ । ଆବଶ୍ୟକସ୍ଥଳେ ସେମାନଙ୍କୁ ମଧ୍ୟ ପଚରାଉଚୁରା କରାଯିବ ବୋଲି ଏସପି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ୟାସିର ନୱାଜ, ରଂଜିତ ପାତ୍ର, ବଟକୃଷ୍ଣ ରାଉତରାୟ, ବାଦଲ ମହାନ୍ତି, ଦୁର୍ଗା ମହଲା, ଫାରୁକ ଖାନ, ବିଭୁଦତ ରଥ, ପିଂଟୁ ରାଉତ, ରମାକାନ୍ତ ସାହୁ, ପିୟୁସ ଜେନା, ମହମ୍ମଦ ଖୁଲଫାମ, ରାଜଦୀପ ବେହେରା, ସୈାମ୍ୟ ବରାଳ, ଅମିତ କୁମାର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ