ପ୍ରସାଧନ ସାମଗ୍ରୀରେ ପ୍ରାଣଘାତକ ଜୀବାଣୁ

ପ୍ରସାଧନ ସାମଗ୍ରୀରେ ପ୍ରାଣଘାତକ ଜୀବାଣୁ

ପ୍ରସାଧନ ସାମଗ୍ରୀରେ ପ୍ରାଣଘାତକ ଜୀବାଣୁ
ମେକଅପ୍ ସାମଗ୍ରୀ ଯଥା -ବିଉଟି ବ୍ଲେଣ୍ଡର, ମସ୍କାରା ଓ ଲିପ ଗ୍ଲସରେ ଇ.କୋଲି ଓ ଷ୍ଟାଫିଲୋକୋଜି ଭଳି ପ୍ରାଣଘାତକ ଜୀବାଣୁ ଆଶଙ୍କା ରହିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଆପ୍ଲାଏଡ ମାଇକ୍ରୋବାୟୋଲୋଜି ପତି୍ରକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ମେକଅପ ଉପôାଦଗୁଡ଼ିକରେ ପ୍ରାଣଘାତକ ଜୀବାଣୁ ରହିଥାନ୍ତି, କାରଣ ଅଧିକାଂଶ ଉପôାଦକୁ ଭଲ ଭାବେ ସଫା କରାଯାଉନି ଏବଂ ବ୍ୟବହାର ତାରିଖ ଶେଷ ହେବାର ବହୁଦିନ ପରେ ମଧ୍ୟ ଏଗୁଡ଼ିକ ବ୍ୟବହୃତ ହେଉଛି । ଇଂଲଣ୍ଡର ଆଷ୍ଟନ ୟୁନିଭର୍ସିଟିର ଗବେଷକଙ୍କ ଅନୁସାରେ ଆଖି, ପାଟି କିମ୍ବା କ୍ଷତ ନିକଟରେ ବ୍ୟବହୃତ ୧୦ ରୁ ୯ ପ୍ରସାଧନ ସାମଗ୍ରୀ ତ୍ୱଚା ସଂକ୍ରମଣଠୁ ଆରମ୍ଭ କରି ରକ୍ତ ବିଷାକ୍ତ ହେବା ଭଳି ସମସ୍ୟାର କାରଣ ହୋଇପାରେ । ବ୍ୟାକ୍ଟେରିଆଜନିତ ସଂକ୍ରମଣ ଶିକାର ହେଉଥିବା ଦୁର୍ବଳ ରୋଗ ପ୍ରତିରୋଧ ପ୍ରଣାଳୀ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ଆଶଙ୍କା ବେଶି । ସ୍ୱଚ୍ଛତାକୁ ନେଇ ସଚେତନ ନଥିବା ଉପଭୋକ୍ତା ବିଉଟି ବ୍ଲେଣ୍ଡର ଭଳି ମେକଅପ ସାମଗ୍ରୀ ବ୍ୟବହାର କରୁଥିଲେ । ସେମାନଙ୍କୁ ଇ.କୋଲି ଭଳି ବ୍ୟାକ୍ଟେରିଆ ସଂକ୍ରମଣ ଆଶଙ୍କା ବେଶି ବୋଲି ଅଧ୍ୟୟନର ନେତୃତ୍ୱ ନେଇଥିବା ଅମରୀନ ବଶିର କହିଛନ୍ତି । ତେଣୁ ମେକଅପ ବ୍ଲେଣ୍ଡର ଗୁଡ଼ିକୁ ନିୟମିତ ସଫା କରିବା ଓ ଶୁଖାଇବା ଉଚିତ । ଏହିଥିହ ବ୍ୟବହାର ସମୟ ଶେଷ ହୋଇଯାଇଥିବା ଉପôାଦ ବ୍ୟବହାର ନ କରିବାକୁ ଗ୍ରାହକ ଓ ମେକଅପ ଉଦ୍ୟୋଗ ଗୁଡ଼ିକୁ ସଚେତନ କରିବା ଜରୁରୀ ବୋଲି ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି । ବାରମ୍ବାର ତ୍ୱଚା ସଂସ୍ପର୍ଶରେ ଆସୁଥିବା ବିଉଟି ବ୍ଲେଣ୍ଡରରେ ବ୍ୟବହୃତ ସ୍ପଞ୍ଜରେ ୯୩ ପ୍ରତିଶନ ହାନିକାରକ ଜୀବାଣୁ ଚିହ୍ନଟ କରାଯାଇଥିଲା ।