ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନୀତୀଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ

ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନୀତୀଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ

ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନୀତୀଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ
ପାଟନା: ବିହାରରେ ବିଜେପି-ଜେଡିୟୁ ନେତୃତ୍ୱରେ ମେଣ୍ଟ ସରକାର ଗଠନ ହେବାର ମାତ୍ର ଦୁଇ ମାସ ମଧ୍ୟରେ ଏବେ ବଡ଼ ଫାଟ ସୃଷ୍ଟି ହେବାର ଦେଖିବାକୁ ମିଳିଛି । ନିକଟରେ ଅରୁଣାଚଳ ପ୍ରଦେଶର ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହୋଇଯିବା ପରେ ଏହାକୁ ବିହାର ଜେଡିୟୁ ନେତାମାନେ ତୀବ୍ର ବିରୋଧ କରିଛନ୍ତି ଏବଂ ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି । ଏଭଳି ସ୍ଥିତିରେ ଏବେ ଆରଜେଡି ନୂଆ ରାଜନୈତିକ ଚାଲ ଖେଳିଛି । ନୀତୀଶ କୁମାର ଯଦି ଏନଡିଏରୁ ଅଲଗା ହୋଇ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ସମର୍ଥନ କରିବେ ତା ହେଲେ ଆରଜେଡି ୨୦୨୪ ଲୋକସଭା ନିର୍ବାଚନରେ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ ଦେବ ବୋଲି ଆରଜେଡି କହିଛି । ଆରଜେଡିର ଏହି ନୂଆ ପ୍ରସ୍ତାବ ବିହାର ରାଜନୀତିକୁ ସରଗରମ କରିଛି । ଆରଜେଡି ବରିଷ୍ଠ ନେତା ଉଦୟ ନାରାୟଣ ଚୌଧୁରୀ କହିଛନ୍ତି ଯେ ନୀତୀଶ ଆରଜେଡିର ଏହି ପ୍ରସ୍ତାବ ଗ୍ରହଣ କରିବା ହିଁ ଉଚିତ ହେବ, କାରଣ ତାଙ୍କ ପାଇଁ ଏବେ ଦିଲ୍ଲୀ ଦଖଲ କରିବା ସମୟ ଆସିଯାଇଛି । ଅନ୍ୟ ପକ୍ଷରେ ଅରୁଣାଚଳ ପ୍ରସଙ୍ଗ ନେଇ ବିଜେପି-ଜେଡିୟୁ ମେଣ୍ଟ ସରକାରରେ ଆରମ୍ଭ ହୋଇଥିବା ତିକ୍ତତାର ଅବସାନ ପାଇଁ ମଧ୍ୟ ଏବେ ଦୁଇ ଦଳ ପ୍ରୟାସ ଆରମ୍ଭ କରିଛନ୍ତି । ନୀତୀଶଙ୍କ ଘନିଷ୍ଠ ବନ୍ଧୁ ତଥା ବିଜେପି ନେତା ସୁଶୀଲ ମୋଦି ଏହି ମାମଲାରେ ସାମ୍ନାକୁ ଆସିଛନ୍ତି ଏବଂ ବିହାରରେ ବିଜେପି -ଜେଡିୟୁ ମେଣ୍ଟ ଅତୁଟ ବୋଲି ସେ କହିଛନ୍ତି ।