କୋଭିଡ ଠାରୁ ଅଧିକ ସାଂଘାତିକ ମହାମାରୀ ବ୍ୟାପିପାରେ : WHO

କୋଭିଡ ଠାରୁ ଅଧିକ ସାଂଘାତିକ ମହାମାରୀ ବ୍ୟାପିପାରେ : WHO

କୋଭିଡ ଠାରୁ ଅଧିକ ସାଂଘାତିକ ମହାମାରୀ ବ୍ୟାପିପାରେ : WHO
ନୂଆଦିଲ୍ଲୀ: କରୋନା ଭାଇରସ ବିପଜ୍ଜନକ କିନ୍ତୁ ଏହାଠାରୁ ଅଧିକ ସାଂଘାତିକ ମହାମାରୀ ବିଶ୍ୱରେ ବ୍ୟାପିବା ଆଶଙ୍କା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଦେଇଛି । ବିଶ୍ୱ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ହୁ କହିଛି । ବିଗତ ୧ ବର୍ଷ ମଧ୍ୟରେ କରୋନା ଭାଇରସ ୮ କୋଟ ଲୋକଙ୍କୁ ଆକ୍ରାନ୍ତ କରିଥିବା ବେଳେ ବିଶ୍ୱବ୍ୟାପୀ ୧୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି । କରୋନା ଭାଇରସ ଆଗକୁ ମଧ୍ୟ ରହିବ ଓ କରୋନା ଠାରୁ ଅଧିକ ଭୟାନକ ମହାମାରୀ ବ୍ୟାପିବା ସମ୍ଭାବନାକୁ ଏଡାଇ ଦିଆଯାଇନ ପାରେ ବୋଲି ‘ହୁ’ର ରଣନୀତିକାର ତଥା ବୈଷୟିକ ପରାମର୍ଶଦାତା ମଣ୍ଡଳୀର ମୁଖ୍ୟ ପ୍ରଫେସର ଡେଭିଡ ହେମାନ କହିଛନ୍ତି । ଏବେ କରୋନା ଭାଇରସରୁ ବର୍ତ୍ତିବା ପାଇଁ ପୁରା ବିଶ୍ୱ ଗୋଷ୍ଠୀ ରୋଗ ପ୍ରତିରୋଧକତାକୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି ।