କ୍ୱାରେଂଟାଇନରେ କଟକ ସାଂସଦ

କ୍ୱାରେଂଟାଇନରେ କଟକ ସାଂସଦ

କ୍ୱାରେଂଟାଇନରେ କଟକ ସାଂସଦ
ନୂଆଦିଲ୍ଲୀ : ପବ୍ଲିକ ଆକାଉଣ୍ଟସ କମିଟି ବୈଠକରେ ଉପସ୍ଥିତ ଜଣେ ଅଧିକାରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିବା ପରେ ଯୋଗ ଦେଇଥିବା ସମସ୍ତ ୧୮ ସାଂସଦ ଓ ଅନ୍ୟ ଅଧିକାରୀଙ୍କୁ ସାତ ଦିନ ସେଲଫ କ୍ୱାରେଣ୍ଟାଇନରେ ରହିବାକୁ ଲୋକସଭା ସଚିବାଳୟ ତରଫରୁ ପରାମର୍ଶ ଦିଆଯାଇଛି । ସାଂସଦଙ୍କ ମଧ୍ୟରେ କଟକ ସାଂସଦ ଭର୍ତ୍ତୃହରି ମହତାବ ରହିଥିବା ଜଣାପଡ଼ିଛି । ଜୁଲାଇ ୧୦ରେ ଅନୁଷ୍ଠିତ ପିଏସି ବୈଠକରେ ସଦସ୍ୟ ଭାବେ ଶ୍ରୀ ମହତାବ ଯୋଗ ଦେଇଥିଲେ । ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ସେଲଫ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଫଳରେ ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଥିବା ଶ୍ରମ ଷ୍ଟାଣ୍ଡିଂ କମିଟି ବୈଠକକୁ ପରବର୍ତ୍ତୀ ସୋମବାରକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଶ୍ରମ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ଜଣାଇଛନ୍ତି ।