ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୧୮ ଲକ୍ଷ ୮୫ ହଜାର ୮୮୫ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବାବେଳେ ୧୮ ଲକ୍ଷ ୭୩ ହଜାର ୧୫ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୭ ଲକ୍ଷ ୧୩୧୨୧ ଜଣ ପାଶ କରିଛନ୍ତି । ଚଳିତ ବର୍ଷ ପାଶ ହାର ୯୧.୪୬% ରହିଛି । ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ପ୍ରଦର୍ଶନ ଭଲ ରହିଛି । ପୁଅଙ୍କ ତୁଳନାରେ ଝିଅଙ୍କ ପାଶ ହାର ୩.୧୭% ଅଧିକ ରହିଛି । ଛାତ୍ରମାନଙ୍କ ପାଶ ହାର ୯୦.୧୪% ରହିଥିବାବେଳେ ଛାତ୍ରୀମାନଙ୍କ ପାଶ ହାର ୯୩.୩୧% ରହିଛି । ସେହିପରି ୪୧୮୯୪ ଛାତ୍ରଛାତ୍ରୀ ୯୫%ରୁ ଉଦ୍ଧ୍ୱର୍ ମାର୍କ ରଖିଛନ୍ତି । ପରୀକ୍ଷା ଫଳ ସିବିଏସଇ ୱେବସାଇଟ, ଡିଜି ଲକର, ଉମଙ୍ଗ ଆପ ଓ ଏସଏମଏସ ଜରିଆରେ ଉପଲବ୍ଧ । ସେହିପରି ସ୍କୁଲଗୁଡ଼ିକୁ ମଧ୍ୟ ପରୀକ୍ଷା ଫଳ ମେଲ ଯୋଗେ ପଠାଇ ଦିଆଯାଇଛି ।