ବାଜିଲା ନିର୍ବାଚନ ବିଗୁଲ : ୨୧ରେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ
ବାଜିଲା ନିର୍ବାଚନ ବିଗୁଲ : ୨୧ରେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ
admin
Sep 21, 2019 - 07:02
Updated: Sep 21, 2019 - 07:02
ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ଏନେଇ ତାରିଖ ଘୋଷଣା କରିଛନ୍ତି । ଅକ୍ଟୋବର ୨୧ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଉଭୟ ରାଜ୍ୟରେ ଅକ୍ଟୋବର ୨୪ ତାରିଖରେ ଭୋଟ ଗଣତି କରାଯିବ ।
ସୂଚନାଯୋଗ୍ୟ ଆଗାମୀ ନଭେମ୍ବର ୨ ତାରିଖରେ ହରିୟାଣା ବିଧାନସଭାର କାର୍ୟ୍ୟକାଳ ସରୁଛି ଏବଂ ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ୟ୍ୟକାଳ ଶେଷ ହେଉଛି । ନିର୍ବାଚନରେ ନିଜର ବିଜୟ ଅଭିଯାନ ଜାରି ରଖିବା ପାଇଁ ବିଜେପି ଓ ଶିବସେନା ଏକାଠି ହୋଇ ପୁଣି ଥିରେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ । ସେହିପରି ହରିୟାଣାରେ ମନୋହର ଖଟ୍ଟର ସରକାର ନିଜର କ୍ଷମତା ଜାରି ରଖିବାକୁ ରଣନୀତି ପ୍ରସ୍ତୁତ କରୁଥିବା ଜଣାଯାଇଛି । ମହାରାଷ୍ଟ୍ରରେ ବିଧାୟକଙ୍କ ସଂଖ୍ୟା ୨୮୮ ଥିବା ବେଳେ ହରିୟାଣାରେ ବିଧାୟକଙ୍କ ସଂଖ୍ୟା ୯୦।
ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପୂର୍ବରୁ ପ୍ରସ୍ତୁତ ହୋଇଛନ୍ତି । ନିର୍ବାଚନରେ ନିଜର ବିଜୟ ଅଭିଯାନ ଜାରି ରଖିବା ପାଇଁ ବିଜେପି ଓ ଶିବସେନା ଏକାଠି ହୋଇ ପୁଣି ଥିରେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ । ସେହିପରି ହରିୟାଣାରେ ମନୋହର ଖଟ୍ଟର ସରକାର ନିଜର କ୍ଷମତା ଜାରି ରଖିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ।