ସାପ କାମୁଡ଼ାରେ ୨ ମୃତ

ସାପ କାମୁଡ଼ାରେ ୨ ମୃତ

ସାପ କାମୁଡ଼ାରେ ୨ ମୃତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାପନପାଲି ଗ୍ରାମରେ ସାପ କାମୁଡ଼ାରେ ୨ଜଣ ମହିଳା ପ୍ରାଣ ହରାଇଛନ୍ତି । ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ କାପନପାଲି ଗ୍ରାମରେ ଦୁଇଜଣ ମହିଳା ଘରେ ଶୋଇଥିଲେ । ସେହି ସମୟରେ ଏକ ବିଶଧର ସାପ ଘରେ ପଶିଥିଲା । ଏପରିକି ମହିଳାଦ୍ୱୟଙ୍କୁ କାମୁଡି ମଧ୍ୟ ପକାଇଥିଲା । ଏହାପରେ ମହିଳା ଦ୍ୱୟ ପାଟି କରିଥିଲେ । ପରିବାର ଲୋକେ ଆସି ଦେଖିଲାବେଳକୁ ଏହି ଦୁଇଜଣ ଗୁରୁତର ହୋଇପଡିଥିଲେ । ତେବେ ତାଙ୍କୁ ମେଡିକାଲ ନେବା ବେଳ ଉଭୟ ପ୍ରାଣ ହରାଇଥିଲେ । ତେବେ ସାପ କାମୁଡାରେ ଆଉଜଣେ ମହିଳା ଆହତ ମଧ୍ୟ ହୋଇଛନ୍ତି ।