ପ୍ରସୂତୀଙ୍କୁ ଅସଦାଚରଣ, କର୍ମଚାରୀ ଗିରଫ

ପ୍ରସୂତୀଙ୍କୁ ଅସଦାଚରଣ, କର୍ମଚାରୀ ଗିରଫ

ପ୍ରସୂତୀଙ୍କୁ ଅସଦାଚରଣ, କର୍ମଚାରୀ ଗିରଫ
ଭଦ୍ରକ: ଭଦ୍ରକ ଜିଲ୍ଲାର ଏକ ଘରୋଇ କ୍ଲିନିକରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ଆସିଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଆଜି ସକାଳେ ଭଦ୍ରକ ସହରରେ ଥିବା ଏକ ପ୍ରାଇଭେଟ୍ ନର୍ସିଂ ହୋମକୁ ଜଣେ ପ୍ରସୂତି ପ୍ରସବ ପାଇଁ ଆସିଥିଲେ । ସେହି ସମୟରେ ମେଡିକାଲର ଜଣେ କର୍ମଚାରୀ ପ୍ରସୂତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ସଂପୃକ୍ତ କର୍ମଚାରୀଙ୍କୁ ଗିରଫ କରି ପଚରାଉଚରା କରୁଛି ।