ବାଲ୍ୟ ବିବାହକୁ ରୋକିଲା ଚାଇଲ୍ଡ ଲାଇନ
ବାଲ୍ୟ ବିବାହକୁ ରୋକିଲା ଚାଇଲ୍ଡ ଲାଇନ
admin
Mar 15, 2019 - 06:06
Updated: Mar 15, 2019 - 06:06
କନ୍ଧମାଳ,- କନ୍ଧମାଳ ଜିଲ୍ଲା ଚାଇଲ୍ଡଲାଇନକୁ ବାଲ୍ୟ ବିବାହ ରୋକିବାରେ ଆଉ ଏକ ସଫଳତା ମିଳିଛି । ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ପାହିରାଜୁ ଅଂଚଳର ଏକ ଗ୍ରାମରେ ଜଣେ ନାବାଳିକା ସହିତ ଜଣେ ୨୪ ବର୍ଷିୟ ଯୁବକ ସହ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଏହି ବାହାଘରକୁ ରୋକିବାରେ ସଫଳ ହୋଇଛି ଏହି ଅନୁଷ୍ଠାନ । ଗତକାଲି ଦିନ ବେଳେ ଏହି ବାହାଘର ହେବାକୁ ଯାଉଥିବାବେଳେ ଏହି ବିଷୟରେ ଚାଇଲ୍ଡଲାଇନ ପୂର୍ବ ଦିନ ସଂନ୍ଧ୍ୟାରେ ଖବର ପାଇ ମେଲ ଯୋଗେ ସିଡିପିଓ ଏବଂ ଏହି ସମ୍ପର୍କିତ ଅଧିକାରୀ ମାନଙ୍କୁ ସୁଚନା ଦେଇଥିଲେ । ପରଦିନ ଅନୁଷ୍ଠାନର ସଂଯୋଜକ ଦୋଳଗୋବିନ୍ଦ ମହାରଣାଙ୍କ ସମେତ ସସ୍ମିତା କରଣ, ରାଜଲକ୍ଷ୍ମୀ ମହାକୁଡ ଓ ଚିକୁନ ପ୍ରଧାନ ପ୍ରଥମେ ଯାଇ ଗୋଛାପଡା ଥାନାରେ ପୋଲିସ ସହାୟତା ପାଇଁ ପହଂଚିଥିଲେ, କିନ୍ତୁ ପୋଲିସ ସେଠାକୁ ଯିବାପାଇଁ ମନା କରିବାରୁ ସେମାନେ ବିବାହ ହେଉଥିବା ଯାଗାରେ ପହଂଚଂଥିଲେ । ସେଠାରେ ନାବାଳିକାର ପରିବାର ଲୋକେ ବିବାହ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଚାଇଲ୍ଡଲାଇନର ଏହି ଦଳ ଯାଇ ସେମାନଙ୍କୁ ବୁଝାସୁଝା କରିବାସହିତ ସେମାନଙ୍କୁ ଆଣି ଗୋଛାପଡା ଥାନାରେ ଏହି ବାହାଘର ନକରିବା ପାଇଁ ଲିଖିତ ଭାବରେ ଏକ ଚୁକ୍ତି ପତ୍ର ଲେଖିଥିଲେ । କିନ୍ତୁ ଚାଇଲ୍ଡଲାଇନ ପୂର୍ବଦିନ ଏ ବାବଦରେ ସୂଚନା ଦେଇଥିଲେ ମଧ୍ୟ ସିଡିପିଓ ଜିଲ୍ଲା ବାଲ୍ୟ ବିବାହ ନିରୋଧ ଅଧିକାରୀ ହୋଇଥିବା ସ୍ଥଳେ ସେ ଏହି କାର୍ୟ୍ୟରେ କୌଣସି ସହେଯାଗ କରିନଥିଲେ । ଡିସିପିଓ ମଧ୍ୟ ଏଥିରେ ସେମାନଙ୍କୁ ସହାୟତା କରିବା ବଦଳରେ ନିରବ ରହିଥିଲେ । ଚାଇଲ୍ଡଲାଇନ କର୍ମଚାରୀ ମାନେ ସେଠାକୁ ଯିବାପୂର୍ବରୁ ଗୋଛାପଡା ଥାନା ପୋଲିସର ସହାୟତା ଲୋଡିଥିଲେ ମଧ୍ୟ ପୋଲିସ ସେଠାକୁ ଯିବାପାଇଁ ମନା କରିଦେଇଥିବା କହିଛନ୍ତି ଚାଇଲ୍ଡଲାଇନର କର୍ମଚାରୀ ମାନେ ।