ଅଜଣା ଗାଡି ଧକ୍କାରେ ୨ ମୃତ

ଅଜଣା ଗାଡି ଧକ୍କାରେ ୨ ମୃତ

ଅଜଣା ଗାଡି ଧକ୍କାରେ ୨ ମୃତ
କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ବେହେରାଗୁଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କୁନ୍ଦୁରା ବ୍ଲକ ଅନ୍ତର୍ଗତ ବେହେରାଗୁଡା ନିକଟରେ ଏକ ଅଜଣା ଗାଡି ଦୁଇଜଣ ଯୁବକଙ୍କୁ ଧକ୍କା ଦେଇଥିଲା । ଫଳରେ ଯୁବକଦ୍ୱୟ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଦ୍ୱୟ ହେଲେ ମହେଶ୍ୱର କମାର ଓ ଚୈତନ୍ୟ କାକଲ ।