ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇବ ଓମସା

ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇବ ଓମସା

ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇବ ଓମସା
ଭୁବନେଶ୍ୱର: ବୁର୍ଲା ମେଡିକାଲରେ ଡାକ୍ତର ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରି ଲହୁଲୁହାଣ କରିବାର ଭିଡିଓ ଭାଇରାଲ ହେବା ପରେ ମୁହଁ ଖୋଲିଛି ଓମସା । ଘଟଣାସ୍ଥଳକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଯିବ ବୋଲି ଓମସା ସାଧାରଣ ସମ୍ପାଦକ ପୁଣ୍ୟଶ୍ଳୋକ ଦାଶ କହିଛନ୍ତି । ସେ କହିଛନ୍ତି ଯେ, ବୁର୍ଲାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଯିବ । ଯୁବ ଡାକ୍ତର ଉତ୍ତେଜିତ ହୋଇ ଏପରି କରିଥାଇ ପାରନ୍ତି । କେଉଁ ପରିସ୍ଥିତିରେ ଏପରି ଘଟିଲା ତାହାର ଅନୁସନ୍ଧାନ କରୁଛୁ ବୋଲି ଓମସା ସାଧାରଣ ସମ୍ପାଦକ ପୁଣ୍ୟଶ୍ଳୋକ ଦାଶ କହିଛନ୍ତି । ଅନ୍ୟପକ୍ଷରେ ମାଡ଼ ଖାଇଥିବା ଯୁବକଙ୍କ ବାପା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋ ପୁଅକୁ ଡାକି ପିଟାପିଟି କରିଛନ୍ତି । ସିସି କ୍ୟାମେରା ଲାଗିଛି, ସବୁ ପ୍ରମାଣ ମିଳିପାରିବ । ମୋ ପୁଅ ଯଦି ମାଡ଼ ମାରିଥିବ ତାହାର ମଧ୍ୟ ପ୍ରମାଣ ମିଳିପାରିବ । ମୁଁ ତ ଭିନ୍ନକ୍ଷମ ଉଠିପାରୁନାହିଁ ବୋଲି ମାଡ଼ ଖାଇଥିବା ଯୁବକଙ୍କ ବାପା ଠଣ ସୁନ୍ଦର କହିଛନ୍ତି । ପ୍ରକାଶ ଯେ, ଧାରଣତଃ କ୍ଷତ ଭଲ କରିବାକୁ ଲୋକେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି । ତେବେ ଡାକ୍ତର ମାଡ଼ ମାରି ଜଣକୁ କ୍ଷତାକ୍ତ କରିବା ଭଳି ଘଟଣା ଘଟିଛି । ବୁର୍ଲା ମେଡିକାଲରେ ଜଣେ ଡାକ୍ତରଙ୍କ ଦାଦାଗିରି ଖବର ସାମନାକୁ ଆସିଛି । ଜଣେ ଡାକ୍ତର ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି । ଏ ସମ୍ପର୍କିତ ଏକ ଭିଡିଓ ଭାଇରାଲ ହୋଇଛି । ସବୁ ଠାରୁ ବଡ଼ କଥା ହେଲା ଯେ, ପୁଲିସ ଉପସ୍ଥିତିରେ ସମ୍ପୃକ୍ତ ଡାକ୍ତର ଜଣକ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରୁଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ଡାକ୍ତର ବସଉଠ କରିବାକୁ ବାଧ୍ୟ କରୁଥିବା ସ୍ପଷ୍ଟ ହେଉଛି । ଗୋଡ଼ଧରି ଭୁଲ ମାଗିବାକୁ କୁହାଯାଉଥିବା ଶୁଣିବାକୁ ମିଳିଛି । ଡାକ୍ତରଙ୍କ ମାଡ଼ରେ ପୋଷାକ ଛିଣ୍ଡିବା ସହ ଯୁବକ ଜଣକ ଲହୁଲୁହାଣ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ କେଉଁ ପରିସ୍ଥିତିରେ ଏପରି ଘଟିଲା ତାହାର ତଦନ୍ତ ଚାଲିଛି । ତଦନ୍ତ ଶେଷ ହେବା ପରେ ଏନେଇ ତଥ୍ୟ ଦେଇହେବ ବୋଲି ଏସପି କହିଛନ୍ତି । ଅନ୍ୟପକ୍ଷରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆଇଜି ହିମାଂଶୁ ଲାଲ କହିଛନ୍ତି । ଆସନ୍ତାକାଲି ଏନେଇ ସମୀକ୍ଷା କରିବି । ଯିଏ ଦୋଷୀ ପ୍ରମାଣିତ ହେବେ ଆଇନଅନୁଯାୟୀ ଦଣ୍ଡିତ ହେବେ ବୋଲି ସେ କହିଛନ୍ତି ।