ପାରାଦୀପର ନବ ନିର୍ବାଚିତ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ଙ୍କୁ ସମ୍ବର୍ଦ୍ଧନା

ପାରାଦୀପର ନବ ନିର୍ବାଚିତ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ଙ୍କୁ ସମ୍ବର୍ଦ୍ଧନା

ପାରାଦୀପର ନବ ନିର୍ବାଚିତ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ଙ୍କୁ ସମ୍ବର୍ଦ୍ଧନା
ପାରାଦୀପ - ଲକ୍ଷ୍ମୀନାରାୟଣ ସାହୁ : ପାରାଦୀପର ନବ ନିର୍ବାଚିତ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ବିଜୟୀ ହେବା ପରେ ପ୍ରଥମେ ପାରାଦୀପ ବଣିକ ସଂଘ କୁ ଆସି ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। । ଗୁରୁବାର ସନ୍ଧ୍ୟାରେ ବଡପଡ଼ିଆ ସ୍ଥିତ ବଣିକ ସଂଘ କାର୍ଯ୍ୟାଳୟ ପରିସରରେ ଶ୍ରୀ ରାଉତରାୟ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଛି। ସଂଘ ର ସଭାପତି ତଥା ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଙ୍କର ନେତୃତ୍ୱରେ ସର୍ଵ ଶ୍ରୀ କ୍ଷୀରୋଦ କୁମାର ସ୍ବାଇଁ, ଅନାଦି ପରିଡ଼ା ,ଦେବବ୍ରତ ସାହୁ,ଚତନ୍ୟ ସାହୁ,ଚନ୍ଦ୍ର ଶେଖର ମହାପାତ୍ର,(ଫୁକୁନି) ଅୟସ କାନ୍ତ ସାମଲ, (ପୁପି ) ସୂର୍ଯ୍ୟକାନ୍ତ ସାହୁ ଙ୍କ ସହିତ ବଣିକ ସଂଘ ର ଶତାଧିକ ସଭ୍ୟ ସଭ୍ୟା ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ବିଧାୟକ ଶ୍ରୀ ରାଉତରାୟ ପାରାଦୀପ ବାସୀଙ୍କ ସେବା କରିବା ପାଇଁ ସର୍ବଦା ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ବଣିକ ସଂଘ ର ଅଭାବ ଅସୁବିଧା ସମୟରେ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ କହିଥିଲେ। ବିଜୟୀ ଘୋଷିତ ହେବା ପରେ ବିଧାୟକ ଶ୍ରୀ ରାଉତରାୟ ସର୍ଵ ପ୍ରଥମେ ପାରାଦୀପ ଆସି ଦଳୀୟ ନେତା ଓ କର୍ମୀ ମାନଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ।।