ବିଜେପି ବିଧାୟକ ଦଳ ବୈଠକ

ବିଜେପି ବିଧାୟକ ଦଳ ବୈଠକ

ବିଜେପି ବିଧାୟକ ଦଳ ବୈଠକ
ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ଦିନ ବିଧାନସଭାର ଶୀତ ଅଧିବେଶନ । ଏହି ପରିପ୍ରେକ୍ଷରେ ଆଜି ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକରେ ସମସ୍ତ ବିଧାୟକ ଉପସ୍ଥିତ ହୋଇନପାରିବାରୁ ୧୩ ତାରିଖ ଦିନ ପୂର୍ଣ୍ଣାଙ୍ଗ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଆଜିର ବୈଠକରେ ଶୀତ ଅଧିବେଶନ ଲାଗି ରଣନୀତି ଉପରେ ଆଲୋଚନା କରାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ମାମଲାକୁ ବିଧାନସଭାରେ ଉଠାଇବା ନେଇ ବିଜେପି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀ ପ୍ରସଙ୍ଗ ମଧ୍ୟ ଉଠାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି ।