ଦୁର୍ଦ୍ଧାନ୍ତ ମାଓନେତା ରାକେଶ ସୋଡ଼ି ମୃତ : ବି.କେ ଶର୍ମା

ଦୁର୍ଦ୍ଧାନ୍ତ ମାଓନେତା ରାକେଶ ସୋଡ଼ି ମୃତ : ବି.କେ ଶର୍ମା

ଦୁର୍ଦ୍ଧାନ୍ତ ମାଓନେତା ରାକେଶ ସୋଡ଼ି ମୃତ : ବି.କେ ଶର୍ମା
ଭୁବନେଶ୍ୱର: ଦୁର୍ଦ୍ଧାନ୍ତ ମାଓନେତା ରାକେଶ ସୋଡ଼ିର ମୃତୁ୍ୟ ହୋଇଛି । ଏନକାଉଣ୍ଟରରେ ରାକେଶର ମୃତୁ୍ୟ ହୋଇଛି । ବଣ୍ଡାଘାଟି ପାକନାଗୁଡ଼ା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ରାକେଶର ମୃତୁ୍ୟ ହୋଇଥିବା ପୁଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ସଭ୍ୟ ରାକେଶ ମିଲିଟାରୀ ପ୍ଲାଟୁନ ମୁଖ୍ୟ ଥିଲା । ତାର ଘର ଛତିଶଗଡ଼ ସୁକମା ଜିଲ୍ଲା ଘଟ୍ଟାପାଡ଼ ଗ୍ରାମରେ । ରାକେଶ ମୁଣ୍ଡ ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ଥିଲା । ସୂଚନା ମୁତାବକ, ବଣ୍ଡାଘାଟି-ସ୍ବାଭିମାନ ଅଞ୍ଚଳ ସୀମାନ୍ତ କଦମ୍ବଗୁଡ଼ା ଜଙ୍ଗଲରେ ମାଓବାଦୀ ଶିବିର ଚାଲୁଥିବା ନେଇ ଖବର ମିଳିବା ପରେ ଯବାନଙ୍କ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଚାଲିଥିଲା। ଏଥିରେ ୨ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯବାନ ଜୟରାମ କବାସୀଙ୍କର ମୃତ୍ୟୁ ହୋଇଛି। ଆହତ ଯବାନ ରାମ ଦୁରୁଆଙ୍କ ଚିକିତ୍ସା ଚାଲିଛି।