ସମୁଦ୍ରରେ ଭାସି ଛାତ୍ର ନିଖୋଜ

ସମୁଦ୍ରରେ ଭାସି ଛାତ୍ର ନିଖୋଜ

ସମୁଦ୍ରରେ ଭାସି ଛାତ୍ର ନିଖୋଜ
ପୁରୀ : ପୁରୀ ସମୁଦ୍ରରେ ଆଜି ଅପରାହ୍ନରେ ଏକ ଅଘଟଣ ଘଟିଛି । ସମୁଦ୍ରରେ ଗାଧୋଉ ଥିବା ବେଳେ ଜଣେ ଛାତ୍ର ଭାସି ଯାଇଥିଲେ । ଯାହାକି ଛାତ୍ର ଜଣକ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଚୈତନ୍ୟ ଛକ ନିକଟ ସ୍ବର୍ଗଦ୍ବାର ସମ୍ମୁଖ ସମୁଦ୍ରରେ ୩ ଜଣ ଛାତ୍ର ଗାଧୋଉ ଥିଲେ । ଏହି ସମୟରେ ସମୁଦ୍ରରେ ଜୁଆର ଆସିବାରୁ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଭାସି ଯାଇଥିଲେ । ଏପର୍ୟ୍ୟନ୍ତ ନିଖୋଜ ଛାତ୍ରଙ୍କ କୌଣସି ପତ୍ତା ମିଳିନାହିଁ । ନିଖୋଜ ଛାତ୍ରଙ୍କ ନାମ ଅଭିଷେକ ପାଣ୍ଡେ ଏବଂ ତାଙ୍କ ଘର ବିହାରରେ ।