୮ଗ୍ରାମ ବ୍ରାଉନସୁାଗର ଜବତ

୮ଗ୍ରାମ ବ୍ରାଉନସୁାଗର ଜବତ

 ୮ଗ୍ରାମ ବ୍ରାଉନସୁାଗର ଜବତ
ଖୋର୍ଦ୍ଧା: ଖୋର୍ଦ୍ଧାରେ ବ୍ରାଉନସୁାଗର ଭଳି ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବେଧଡ଼କ ଭାବେ ବ୍ରାଉନସୁଗାର ଅନ୍ୟ ସ୍ଥାନକୁ ଚାଲାଣ ଓ ବିକ୍ରି ହେଉଛି । ଆଜି ପୁଣି ଖୋର୍ଦ୍ଧାରେ ବ୍ରାଉନସୁଗାର ବିକ୍ରି ବେଳେ ପୋଲିସ ଚଢଉ କରି ୮ଗ୍ରାମ ସହ ଏକ ଦମ୍ପତିଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଜିଲ୍ଲା ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡା ପାଲଟିଛି । ବାରମ୍ବାର ଖୋର୍ଦ୍ଧାର ଅନେକ ସ୍ଥାନରୁ ବ୍ରାଉନସୁଗାର ଚାଲାଣ ହେଉଥିବା ବେଳେ ମଧ୍ୟ ଚାଲାଣକାରୀ ଖୁଲମଖୁଲା ବିକ୍ରି କରୁଛନ୍ତି । ଆଜି ଜଟଣୀ ଅଂଚଳରେ ଏକ ଦମ୍ପତି ବ୍ରାଉନସୁଗାର ବିକ୍ରି କରିବା ବେଳେ ପୋଲିସ ଚଢଉ କରି ୮ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହା ସହ ବ୍ରାଉନସୁଗାର ବିକ୍ରି କରୁଥିବା ଦମ୍ପତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏହି ବ୍ରାଉନସୁଗାର ବିକ୍ରି ରାକେଟରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମଧ୍ୟ ଧରିବାକୁ ପୋଲିସ ପ୍ରୟାସ ଜାରି ରଖିଛି ।