ପ୍ରବଳ ବର୍ଷା ହେବ

ପ୍ରବଳ ବର୍ଷା ହେବ

ପ୍ରବଳ ବର୍ଷା ହେବ
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଦକ୍ଷିଣ ଉପକୂଳକୁ ଲାଗି ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଲଘୁଚାପର ରୂପ ନେଇଛି । ଫଳରେ ଆସନ୍ତା ୪ରୁ ୫ ଦିନ ଧରି ଓଡ଼ିଶାର ଅଧିକାଂଶ ସ୍ଥାନରେ ରେ ପ୍ରବଳ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଓଡ଼ିଶାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ସ୍ୱଭାବିକ ଠାରୁ କମ ପରିମାଣର ବର୍ଷା ହୋଇଛି । ଫଳରେ ଚାଷଜମିରେ ମରୁଡ଼ିସ୍ଥିତି ଦେଖା ଦେଲାଣି । ଦକ୍ଷିଣ ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ସାଇକେତଲାନିକ ସରକ୍ୟୁଲେସନ ଦ୍ୱାରା ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । କିନ୍ତୁ ଏହି ବର୍ଷା ଆସନ୍ତ ୪,୫ଦିନ ଯାଏଁ ଲାଗି ରହିବ । ଚଳିତ ଥର ଜୁନରେ ମୈସୁମୀ ଛୁଇଁଥିଲେ ମଧ୍ୟ ଜୁଲାଇ ମାସ ଯାଏଁ ବର୍ଷା ପରିମାଣ କମ ରହିଛି କିନ୍ତୁ ଆଗକୁ ବର୍ଷା ସ୍ୱଭାବିକ ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଗ ବର୍ଷ ଅପେକ୍ଷା ଏଥର ୨୬ପ୍ରତିଶତ କମ ବର୍ଷା ହୋଇଛି ଯାହା ୪୦୫ମିମି ହେବାର ଥିଲା କିନ୍ତୁ ୩୦୦ମିମି ହୋଇଛି ।