ଡଲଫିନ ମୃତ ଦେହ ଉଦ୍ଧାର

ଡଲଫିନ ମୃତ ଦେହ ଉଦ୍ଧାର

ଡଲଫିନ ମୃତ ଦେହ ଉଦ୍ଧାର
ଗଂଜାମ: ଆଜି ଗଂଜାମ ଜିଲ୍ଲା କଂଟିଆଗଡରେ ଥିବା ବଟେଶ୍ୱର ବେଳାଭୂମୀରୁ ଏକ ମୃତ ଡଲଫିନ ଉଦ୍ଧାର କରାଯାଇଛି। ଆଜି ସକାଳେ କିଛି ସ୍ଥାନୀୟ ବ୍ୟକ୍ତି ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ସେମାନେ ସେଠାରେ ଏକ ଡଲଫିନ ମରି ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ସେଠାରେ ପହଁଚି ମୃତ ଡଲଫିନକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ୬ ଫୁଟ ଲମ୍ବର ଏହି ଡଲଫିନଟି କେଉଁ କାରଣରୁ ମୃତ୍ୟୁବରଣ କଲା ତାହା ତଦନ୍ତ ପରେ ଜମାପଡିବ ବୋଲି ଅଧିକାରୀ କହିଛନ୍ତି ।