୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

୨ ଆତଙ୍କବାଦୀଙ୍କୁ ଏନକାଉଣ୍ଟର
ଜାମ୍ମୁକାଶ୍ମୀର: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଆଜି ସକାଳେ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଜିଲ୍ଲାରେ ଗହଣ୍ଡ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସେନାକୁ ଖବର ମିଳିଥିଲା। ଏହାପରେ ଯବାନମାନେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଚାରିପଟୁ ଘେରିଯାଇଥିଲେ। ଫଳରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ନିହତ ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ଏମ.ଟେକ୍ ଛାତ୍ର ରହିଛନ୍ତି। ତାଙ୍କ ନାମ ଶାହିଲ ଶାହିଦ ଏବଂ ଘର ଗାନ୍ଦରବଲ ଜିଲାର ନୁନେର ଗାଁରେ। ସେ ୩ଦିନ ତଳେ ଆତଙ୍କୀ ସଂଗଠନରେ ଯୋଗଦେଇଥିଲେ।