ନିମାପଡା ଓ କାକଟପୁରରୁ ୧୩ ପ୍ରାର୍ଥୀ

ନିମାପଡା ଓ କାକଟପୁରରୁ ୧୩ ପ୍ରାର୍ଥୀ

ନିମାପଡା ଓ କାକଟପୁରରୁ ୧୩ ପ୍ରାର୍ଥୀ
ପୁରୀ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳି ଅନ୍ତର୍ଗତ ପୁରୀ ଜିଲ୍ଲାର ନିମାପଡା ଏବଂ କାକଟପୁର ବିଧାନସଭା ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ଦିବସରେ କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିବାରୁ କାକଟପୁରର ୬ ଜଣ ଓ ନିମାପଡାର ୭ଜଣ ପ୍ରାର୍ଥୀ ରହିଛନ୍ତି । ରିଟର୍ଣ୍ଣି ଅଫିସର ନିହାରିକା ନାୟକଙ୍କ ପାଖରେ କେହି ପ୍ରତ୍ୟାହାର କରିନଥିବା ସୂଚନା ଦେଇଛନ୍ତି । ଏଥର ନିର୍ବାଚନ ମଣ୍ଡଳୀରେ ଲଢେଇ ପାଇଁ ପ୍ରାର୍ଥୀମାନେ ପ୍ରସ୍ତୁତ ହେଉଛନ୍ତି । ୧୦୫ କାକଟପୁର ନିର୍ବାଚନ ମଣ୍ଡଳୀରେ ଛବି ମଳିକ (ବିଏସପି), ତୁଷାରକାନ୍ତି ବେହେରା (ବିଜେଡି), ବିଶ୍ୱଭୂଷଣ ଦାସ (କଂଗ୍ରେସ), ରବି ମଲ୍ଲିକ (ବିଜେପି), ରତ୍ନାକର କାଣ୍ଡି (ଏପିଆଇ) ଓ ଶୁକଦେବ ବେହେରା (ଓଡିଶା ପ୍ରଗତି ଦଳ) ପ୍ରାର୍ଥୀ ରହିଛନ୍ତି । ସେହିପରି ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦିଲ୍ଲୀପ କୁମାର ନାୟକ (କଂଗ୍ରେସ), ପ୍ରଭାତୀ ପରିଡା (ବିଜେପି), ଶଙ୍କର ପ୍ରସାଦ ଭୋଇ (ବିଏସପି), ସମୀର ରଞ୍ଜନ ଦାଶ (ବିଜେଡି), ଦେବାଶିଷ ମିଶ୍ର (ଓଡିଶା ପ୍ରଗତି ଦଳ), ମିଟୁ ମହାପାତ୍ର (ଏଆଇଏଫବି) ଓ ମିହିରି ପ୍ରସାଦ ଭୋଇ (ଅଖଳ ଭାରତ ହିନ୍ଦୁ ମହାସଭା) ପକ୍ଷରୁ ପ୍ରାର୍ଥୀଭାବେ ରହିଛନ୍ତି ।