ଆଣ୍ଡାମାନ ଛୁଇଁଲା ମୌସୁମୀ

ଆଣ୍ଡାମାନ ଛୁଇଁଲା ମୌସୁମୀ

ଆଣ୍ଡାମାନ ଛୁଇଁଲା ମୌସୁମୀ
ଭୁବନେଶ୍ୱର:ଆଣ୍ଡାମାନରେ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନର କିଛି ଅଂଚଳରେ ବର୍ଷା ହୋଇଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଆଣ୍ଡାମାନକୁ ମୌସୁମୀ ଛୁଇଁବ । ଆଇଏମଡି ଆକଳନ ଅନୁସାରେ ଜୁନ ୬ରେ କେରଳ ଛୁଇଁପାରେ ମୌସୁମୀ । ଓଡିଶାରେ ଜୁନ ୧୦ ମୌସୁମୀ ଛୁଇଁବାକୁ ଥିଲେ ମଧ୍ୟ ସାମାନ୍ୟ ବିଳମ୍ବ ହେବ । କିନ୍ତୁ ୩ ଦିନ ମଧ୍ୟରେ ପଶ୍ଚିମ ଓଡିଶାରେ ହିଟୱେଭ, ଅପରାହ୍ନରେ କାଳବୈଶାଖୀ ହୋଇପାରେ । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।