କଥା ହେବା ବେଳେ ବାହାରୁଥିବା ଭାଇରସ ୮ ମିନିଟ ଯାଏଁ ସକ୍ରିୟ

କଥା ହେବା ବେଳେ ବାହାରୁଥିବା ଭାଇରସ ୮ ମିନିଟ ଯାଏଁ ସକ୍ରିୟ

କଥା ହେବା ବେଳେ ବାହାରୁଥିବା ଭାଇରସ ୮ ମିନିଟ ଯାଏଁ ସକ୍ରିୟ
କାଲିଫର୍ଣ୍ଣିଆ: ଗବେଷକମାନେ କହିଛନ୍ତି ଯେ କରୋନା ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି କଥା କହିଲେ କିମ୍ବା ଜୋରରେ ପାଟି କଲେ, ତା ପାଟିରୁ ଅନେକ କଣିକା ବାୟୁରେ ମିଶିଥାଏ । ସେଇ କଣିକା ଭିତରେ କରୋନା ଭାଇରସ ବି ରହିଥାଏ । ଜଣେ ବ୍ୟକ୍ତି ଗୋଟିଏ ମିନିଟ ଯାଏ ବଡ଼ ପାଟି କଲେ, ପ୍ରାୟ ୧୦୦୦ କଣିକା ବାହାରି ବାୟୁରେ ମିଶିଥାଏ । ସେଥିରେ ଥିବା କରୋନା ଭାଇରସ ୮ ମିନିଟ ଯାଏଁ ସକ୍ରିୟ ରହିଥାଏ । ଅର୍ଥାତ ୮ ମିନିଟ ଯାଏ ତାହା ବାୟୁରେ ଭାସି ବୁଲୁଥାଏ । ତେଣୁ କେହି ଏହାକୁ ପ୍ରଶ୍ୱାସରେ ଦେହ ଭିତରକୁ ନେଇଗଲେ ସିଏ ବି ଏହା ଦ୍ୱାରା ସଂକ୍ରମିତ ହେବ । ଆମେରିକାର ପେନସିଲଭାନିଆ ୟୁନିଭରର୍ସିଟିର କିଛି ଗବେଷକ ଏହି ରିପୋର୍ଟ ଦେଇଛନ୍ତି । ସେମାନେ ଏଥିପାଇଁ ଏକ ଆବଦ୍ଧ କୋଠରି ଭିତରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ରଖି ଜୋରରେ ଚିଲାଇବାକୁ କହିଥିଲେ । ବୈଜ୍ଞାନିକମାନେ ବାହାରେ ରହି ତାଙ୍କ ଚିଲାଇବା ଯୋଗୁଁ କେତେ କଣିକା ବାୟୁରେ ମିଶୁଛି ଓ ତା’ପର କ’ଣ ଘଟୁଛି ତାହା ଉପରେ ନଜର ରଖୁଥିବେ । ସେମାନେ ଏହି ଆଧାରରେ ଉକ୍ତ ରିପୋର୍ଟ ଦେଇଛନ୍ତି । ପୂର୍ବରୁ ରିପୋର୍ଟ ଆସିଥିଲା କି କରୋନା ଭାଇରସ ବାୟୁରେ ତିନି ଘଣ୍ଟା ଯାଏଁ ତିଷ୍ଠିପାରିବ ।