ଆତ୍ମ ନିର୍ଭର ଭାରତ ଅଭିଯାନ: କୃଷି ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱାରୋପ

ଆତ୍ମ ନିର୍ଭର ଭାରତ ଅଭିଯାନ: କୃଷି ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱାରୋପ

ଆତ୍ମ ନିର୍ଭର ଭାରତ ଅଭିଯାନ: କୃଷି ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱାରୋପ
ନୂଆଦିଲ୍ଲୀ : ଆତ୍ମ ନିର୍ଭର ଭାରତ ଅଭିଯାନରେ କୃଷି ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି । ୧. ଲକଡାଉନ ସମୟରେ ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ଦରରେ ୭୪୩୦୦ କୋଟି ଟଙ୍କାର ଖାଦ୍ୟସାମଗ୍ରୀ କ୍ରୟ କରାଯାଇଛି । ୨. ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ୧୮୭୦୦ କୋଟି ଟଙ୍କା ଦିଆଯାଇଛି । ୩. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୬୪୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ୪. ଦୁଗ୍ଧ ସମବାୟ ସମିତିକୁ ବାର୍ଷିକ ୨% ସୁଧ ରିହାତି ପାଇଁ ନୂଆ ଯୋଜନା କରାଯାଇଛି । ଯେଉଁମାନେ ଠିକ ସମୟରେ ଋଣ ପରିଶୋଧ କରିବେ ସେମାନଙ୍କୁ ମଧ୍ୟ ଅତିରିକ୍ତ ୨% ସୁଧ ରିହାତି ଦିଆଯିବ । ୫. ଏହାଦ୍ୱାରା ୨ କୋଟି ଚାଷୀ ଉପକୃତ ହେବା ସହ ଅତିରିକ୍ତ ୫ ହଜାର କୋଟିର ଲାଭ ପାଇପାରିବେ । ୬. କୃଷି ଭିତିଭୂମି ସୁଦୃଢ଼ କରିବା ପାଇଁ ୧ ଲକ୍ଷ କୋଟିର କୃଷି ଭିତିଭୂମି ପାଣ୍ଠି ୭. ମାଇକ୍ରୋ ଖାଦ୍ୟ ଉଦ୍ୟୋଗ ନିମନ୍ତେ ୧୦ ହଜାର କୋଟି । ଏଥିପାଇଁ ଫୁଡ଼ କ୍ଲଷ୍ଟର କରାଯିବ । ଉଦାହରଣ ସ୍ୱରୂପ; ଉତରପ୍ରଦେଶରେ ଆମ୍ବ, ଜାମ୍ମୁକାଶ୍ମୀରରେ କେଶର, ଉତର ପୂର୍ବାଂଚଳରେ ବାଉଁଶ, ଆନ୍ଧ୍ରପ୍ରଦେଶରେ ଲଙ୍କା