୪ରେ ଆସିବେ ରାହୁଳ ଗାନ୍ଧୀ

୪ରେ ଆସିବେ ରାହୁଳ ଗାନ୍ଧୀ

୪ରେ ଆସିବେ ରାହୁଳ ଗାନ୍ଧୀ
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ ଶେଷ ହୋଇସାରିଥିବା ବେଳେ ଏବେ ପ୍ରଚାରକୁ ଓହ୍ଲାଇଛନ୍ତି ନେତା । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଷ୍ଟାର ପ୍ରଚାରକ ତଥା ଦଳର ସଭାପତି ରାହୁଳ ଗାନ୍ଧି ଓଡ଼ିଶା ଗସ୍ତ କରିବେ । ଆସନ୍ତା ଏପି୍ରଲ ୪ ତାରିଖରେ ଦକ୍ଷିଣ ଓଡ଼ିଶା କିମ୍ବା ଉତରଓଡ଼ିଶାରେ ଏକ ସମାବେଶରେ ରାହୁଳ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ସମାବେଶ କେଉଁଠାରେ ହେବ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ ।