ବ୍ୟାନ୍ ହେଲା ଇ-ସିଗାରେଟ

ବ୍ୟାନ୍ ହେଲା ଇ-ସିଗାରେଟ

ବ୍ୟାନ୍ ହେଲା ଇ-ସିଗାରେଟ
ନୂଆଦିଲ୍ଲୀ: ଏଣିକି ଭାରତରେ ଆଉ ଇ-ସିଗାରେଟ ବ୍ୟବହାର ହେବ ନାହିଁ । କେନ୍ଦ୍ର ସରକାର ଇ-ସିଗାରେଟକୁ ବ୍ୟାନ କରିଛନ୍ତି । ଇ-ସିଗାରେଟ ବ୍ୟାନକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ ମିଳିଛି । ଇ-ସିଗାରେଟ ବ୍ୟାନ୍ ନେଇ ଅଧ୍ୟାଦେଶ ଆଣିବେ କେନ୍ଦ୍ର ସରକାର । ଇ-ସିଗାରେଟ ତିଆରି, ଆମଦାନୀ, ରପ୍ତାନୀ, ପରିବହନ, ବିକି୍ର ଉପରେ କଟକଣା ଲାଗିବ । ବଂଟନ, ମହଜୁଦ କରିବା କିମ୍ବା ବିଜ୍ଞାପନ ନିଷିଦ୍ଧ କରାଯାଇଛି । ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ବର୍ଷେ ଜେଲ୍ ଓ ଲକ୍ଷେ ଜରିମାନା ଦେବାକୁ ପଡିବ । ଅଧିକ ଉଲ୍ଲଂଘନ ପାଇଁ ୩ ବର୍ଷ ଜେଲ୍ ଓ ୫ ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା କରାଯାଇଛି । କ୍ୟାବିନେଟ ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି ।