ମାଛ ଚାଷ ଓ ପଶୁପାଳକଙ୍କ ପାଇଁ ହେବ ୧୦୦ଦିନର ଖସଡ଼ା

ମାଛ ଚାଷ ଓ ପଶୁପାଳକଙ୍କ ପାଇଁ ହେବ ୧୦୦ଦିନର ଖସଡ଼ା

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସହ MSME ବିଭାଗର ଦାୟିତ୍ବ ଗ୍ରହଣ କଲେ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସୋମବାର ଉଭୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ମାନନୀୟ ମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । MSME ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଶ୍ରୀଯୁକ୍ତ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସ୍ବତନ୍ତ୍ର ସଚିବ ଗଙ୍ଗାଧର ନାୟକ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ପ୍ରଥମେ ମନ୍ତ୍ରୀଙ୍କୁ ସମସ୍ତ ପଦାଧିକାରୀଙ୍କ ସହ ପରିଚିତ କରାଯାଇଥିଲା ଓ ପରେ ସମୀକ୍ଷା ବୈଠକ କରି ମନ୍ତ୍ରୀ ଉଭୟ ବିଭାଗର କାର୍ଯ୍ୟଶୈଳୀର ତର୍ଜମା କରିଥିଲେ । ରାଜ୍ୟରେ କେମିତି ଦୁଗ୍ଧ ଓ ମାଛ ଉତ୍ପାଦନ ବୃଦ୍ଧି ହେବ, ମାଛଚାଷ ଓ ପଶୁପାଳନ କରି ଯୁବପିଢୀ କିପରି ଆତ୍ମନିର୍ଭାଶୀଳ ହେବେ, ଋଗଣ ହୋଇପଡ଼ିଥବା ଫାର୍ମକୁ ପୁନରୁଦ୍ଧାର ଇତ୍ୟାଦି ପ୍ରସଙ୍ଗ ଉପରେ ମନ୍ତ୍ରୀ ବିଭାଗୀୟ ଅଧିକରୀଙ୍କ ସହ ଆଲୋଚନା କରିଥିଲେ । ଏହା ସହ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଓ ରିହାତି କିପରି ତୃଣମୂଳ ସ୍ତରର ଚାଷୀଙ୍କ ପାଖରେ ପହଞ୍ଚିବ ତାହା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ୧୦୦ ଦିନ ଭିତରେ ଏ ନେଇ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ମାଛଚାଷ ଓ ପଶୁପାଳନ କରୁଥିବା ସମସ୍ତ ଚାଷୀଭାଇ ମାନଙ୍କ ପାଇଁ ଆଗାମୀ ଦିନରେ ସରକାରଙ୍କ ତରଫରୁ ଅନେକ ଯୋଜନା ପ୍ରସ୍ତୁତ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଅଧିକ ରିହାତି ଘୋଷଣା କରାଯିବ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ।