ଟଏଲେଟରେ ପିଲା, ସ୍କୁଲରେ ତାଲା

ଟଏଲେଟରେ ପିଲା, ସ୍କୁଲରେ ତାଲା

ଟଏଲେଟରେ ପିଲା, ସ୍କୁଲରେ ତାଲା
ବାଲେଶ୍ୱର: ସ୍କୁଲରେ ଥିବା ଟଏଲଟରେ ପିଲା ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲରେ ତାଲା ପକାଇ ପଳାଇବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ପ୍ରଥମ ଶ୍ରେଣୀ ଛାତ୍ରକୁ ସ୍କୁଲରେ ତାଲା ପକାଇ ସ୍କୁଲ କର୍ତ୍ତୃପକ୍ଷ ଛୁ ମାରିଥିଲେ । ପ୍ରାୟ ୧ ଘଣ୍ଟା ବନ୍ଦ ହୋଇ ରହିବା ପରେ କୁନି ଛାତ୍ର ଜଣକ ମୁକୁଳିଥିଲେ । ବାଲେଶ୍ୱର ସହରର ମଠସାହି ମହାବୀର ନୋଡାଲ ସ୍କୁଲରେ ଏହି ଘଟଣା ଘଟିଛି । ପ୍ରକାଶ ଯେ, ଗତକାଲି ସ୍କୁଲ ଛୁଟିର ଅଳ୍ପ ସମୟ ପୂର୍ବରୁ ଛାତ୍ର ଜଣକ ପାଇଖାନା ଯାଇଥିଲା । ଛାତ୍ର ଜଣକ ପାଇଖାନାରେ ଥିବାବେଳେ ସ୍କୁଲ ଛୁଟି ହୋଇଯାଇଥିଲା । କ୍ଲାସରୁମରେ ବ୍ୟାଗ ଥିଲେ ବି ପିଅନ ନଦେଖି ତାଲା ପକାଇ ଦେଇଥିଲେ । ସ୍କୁଲ ଗେଟରେ ତାଲା ପକାଇ ଶିକ୍ଷକ ଓ ପିଅନ ପଳାଇ ଯାଇଥିଲେ । ତେବେ ପାଇଖାନରୁ ଫେରି ଗେଟରେ ତାଲା ପଡ଼ିଥିବା ଦେଖି ପିଲାଟି କାନ୍ଦିଥିଲା । କାନ୍ଦ ଶୁଣି ଗାଁ ଲୋକେ ଆସି ପିଅନକୁ ଡାକିବା ପରେ ତାଲା ଖୋଲିଥିଲା ।