ବୋହୂ ପାଇଁ ଥାନା ଭଙ୍ଗାରୁଜା

ବୋହୂ ପାଇଁ ଥାନା ଭଙ୍ଗାରୁଜା

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟକରି ଦେଇଛନ୍ତି। ଏହାସହ ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର, କମ୍ପ୍ୟୁଟର ଫିଙ୍ଗା ଫୋପଡ଼ା କରିଛନ୍ତି।ଘଟଣାରୁ ଜଣାପଡୁଛି ଯେ ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ବାରାପୋଖରୀ ଗାଁର ଝିଅ ବିବିନଗରରେ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସ୍ ମଧ୍ୟସ୍ଥତାରେ ଦୁଇ ଗାଁର ଗଣ୍ଡଗୋଳ ଥାନାରେ ସମାଧାନ ହୋଇଥିଲା। ଆଉ ଝିଅ ବାରାପୋଖରରୀ ନିଜ ବାପଘରକୁ ଯାଇଥିଲା। ବୋହୂ ନ ଫେରିବାରୁ ବାରାପୋଖରୀ ଗାଁ ଲୋକଙ୍କୁ ଆକ୍ରମଣ ହୋଇଥିଲା। ଏନେଇ ଅଭିଯୋଗ ପରେ ଶାଶୂଘରର କିଛି ଲୋକଙ୍କୁ ପୁଲିସ୍ ଉଠାଇ ନେଇଥିଲା। ଲୋକେ ଆସି ଥାନା ଘେରାଉ କରିଥିଲେ।