ପୂରଣ ହେବ ୩୨୭୮ ଡାକ୍ତର ପଦବୀ

ପୂରଣ ହେବ ୩୨୭୮ ଡାକ୍ତର ପଦବୀ

ପୂରଣ ହେବ ୩୨୭୮ ଡାକ୍ତର ପଦବୀ
ଭୁବନେଶ୍ୱର: : ଓଡିଶାରେ ଖାଲିପଡିଥିବା ୩୨୭୮ ଡାକ୍ତର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଓଡିଶା ଲୋକସେବା ଆୟୋଗକୁ ସୁପାରିଶ କରିଛନ୍ତି । ଏହା ମଧ୍ୟରେ ରହିଛି, ୨ହଜାର ଏଲଟିଆରଏମଓ ପଦବୀ । ୨୦୧୯ ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାର ଏହି ପଦବୀ ସୃଷ୍ଟି କରିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଲୋକସେବା ଆୟୋଗଙ୍କୁ ଚିଠି ଲେଖି ୩୨୭୮ଟି ଡାକ୍ତରୀ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିବେଦନ କରିଛନ୍ତି । ଏହି ଡାକ୍ତରୀ ପଦବୀ ମଧ୍ୟରେ ୧୩୫୮ଟି ପଦବୀ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଏସଇବିସି ବର୍ଗଙ୍କ ପାଇଁ ୧୩୬ଟି, ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୭୦୯ଟି ଏବଂ ଅନୁସୁଚିତ ଜନଜାତି ବର୍ଗଙ୍କ ପାଇଁ ୧୦୭୫ଟି ପଦ ସଂରକ୍ଷିତ ରହିଛି । ଏହି ସମସ୍ତ ପଦବୀରେ ନିୟମିତ ଡାକ୍ତର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଓପିଏସସିକୁ ସୁପାରିଶ କରାଯାଇଛି ।