କେ-୯ କୁକୁର ଏବେ ହିରୋ

କେ-୯ କୁକୁର ଏବେ ହିରୋ

କେ-୯ କୁକୁର ଏବେ ହିରୋ
ବାଗଦାଦି ଶିକାରରେ ନିୟୋଜିତ ହୋଇଥିବା ଆମେରିକାର ସେନା କୁକର କେ-୯ ଏବେ ପୁରା ବିଶ୍ୱରେ ହିରୋ ପାଲଟିଯାଇଛି । ଅବଶ୍ୟ ଏହି ଅପରେସନବେଳେ ସେ ଆହତ ହୋଇଥିଲା, କିନ୍ତୁ ଚିକିତ୍ସା ପରେ ସୁସ୍ଥ ଅଛି । ସିରିୟାର ଉତ୍ତରାଞ୍ଚଳ ଇଡଲିବ ପ୍ରଦେଶରେ ଥିବା ଯେଉଁ ଟନେଲରେ ବାଗଦାଦି ଆତ୍ମଗୋପନ କରି ରହିଥିଲା ସେହି ଟନେଲକୁ ଆମେରିକାର ଏହି ଶିକାରୀ କୁକୁର ପ୍ରବେଶ କରିଥିଲା । କୁକୁର ପଛେ ପଛେ ଡେଲଟା ଫୋର୍ସର କମାଣ୍ଡୋମାେ ପଶିଥିଲେ । ଟନେଲରେ ଅନ୍ଧାର ଭିତରେ କୁକର ବାଗଦାଦୀକୁ ଧରିବା ଲାଗି ଗୋଡ଼ାଇଥିଲା । ବାଗଦାଦି ମଧ୍ୟ ଟନେଲରେ ଦୌଡ଼ିବାକୁ ଲାଗିଲା । ମାତ୍ର ଟନେଲ ଶେଷ ଯାଏ ଯିବା ପରେ ବାଗଦାଦି ସେଠାରେ ଅଟକି ରହିଥିଲା । କେ-୯ କୁକୁର ଓ ତା ପଛେ ପଛେ ଯାଉଥିବା କମାଣ୍ଡୋମାନେ ମଧ୍ୟ ବାଗଦାଦିର ପାଖରେ ପହଞ୍ଚି ଯାଇଥିଲେ । ଉପାୟ ନବପାଇ ବାଗଦାଦି କାନ୍ଦିବା ସହ ଚିକ୍ରାର କରିବାକୁ ଲାଗିଥିଲା । ଶେଷର ନିଜେ ପିନ୍ଧିଥିବା ଆତ୍ମଘାତୀ ବେଲ୍ଟରେ ନିଜକୁ ଉଡ଼ାଇ ଦେଇଥିଲା । ବିସ୍ଫୋରଣରେ ବାଗଦାଦି ଓ ୩ ଜଣ ପିଲା ପ୍ରାଣ ହରାଇଥିଲେ । ଏହି ବିସ୍ଫୋରଣରେ କେ-୯ କୁକୁର ଆହତ ହୋଇଥିଲା । ତାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁନ୍ଦର ଓ ବୁଦ୍ଧିଆ କୁକୁର ବୋଲି ବର୍ଣ୍ଣନା କରିଛନ୍ତି । କେ-୯ କୁକୁରଙ୍କୁ ସାଧାରଣତଃ ନିଶା ଦ୍ରବ୍ୟ ଓ ବିସ୍ଫୋରକ ସାମଗ୍ରୀ ଠାବ କରିବା, ନିଖୋଜ ବ୍ୟକ୍ତିଙ୍କୁ ସନ୍ଧାନ କରିବା, ଅପରାଧ ପ୍ରମାଣ ସଂଗ୍ରହ କରିବା ଓ ପୁଲିସ କିମ୍ବା ସେନାକୁ ଟାର୍ଗେଟ କରୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବା ଲାଗି ସେନା ପକ୍ଷରୁ ସ୍ୱତନ୍ତ୍ରଭାବେ ତାଲିମ ଦିଆଯାଇଥିଲା ।