ଚର୍ଚ୍ଚାରେ ପ୍ରାକ୍-ବିବାହ ପାଠ୍ୟକ୍ରମ!

ଚର୍ଚ୍ଚାରେ ପ୍ରାକ୍-ବିବାହ ପାଠ୍ୟକ୍ରମ!

ଚର୍ଚ୍ଚାରେ ପ୍ରାକ୍-ବିବାହ ପାଠ୍ୟକ୍ରମ!
ସ୍ମାର୍ଟଯୁଗରେ ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମ ମଧ୍ୟ ବିଶ୍ୱ ବିଦ୍ୟାଳୟରେ ସାମିଲ ହୋଇଛି । ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ନିମନ୍ତେ ପୂରା ବିଶ୍ୱସ୍ତରରେ ଲୋକପି୍ରୟ । ଆଜିକାଲି ବିଶ୍ୱ ଗଣମାଧ୍ୟମରେ ଏଇ ରାଷ୍ଟ୍ରଟି ଚର୍ଚ୍ଚା ପରିସରରେ ଆସିବାର ଅନ୍ୟାନ୍ୟ ମୁଖ୍ୟ କାରଣ ହେଲା, ସେଠାରେ ଆରମ୍ଭ ହେବାକୁ ଯାଉଛି ‘ପି୍ର-ୱେଡିଙ୍ଗ’ ବା ପ୍ରାକ୍ ବିବାହ ପାଠ୍ୟକ୍ରମ । ୨୦୨୦ ରେ ଆରମ୍ଭ ହେବାକୁ ଯାଉଥିବା ଏଇ ପାଠ୍ୟକ୍ରମ ପ୍ରାରମ୍ଭିକ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଭାବେ ଦିଆଯିବ । ପାଠ୍ୟକ୍ରମରେ ବିବାହ ପରେ ଦମ୍ପତିଙ୍କ ବୁଝାମଣା କିପରି ରହିବା ଉଚିତ, ପରିସ୍ଥିତି ଜଟିଳ ହେଲେ ସେମାନେ କଣ କରିବେ ଓ ପିଲାଙ୍କର ଲାଳନପାଳନ ଏସବୁ ବାବଦରେ ପଢ଼ାଯିବ । ସ୍ଥାନୀୟ ଜଣେ ପ୍ରଫେସରଙ୍କ ମତରେ ଇଣ୍ଡୋନେସିଆରେ ଏବେ ବିଚ୍ଛେଦ ସଂଖ୍ୟା ବଢ଼ିବାରେ ଲାଗିଛି । ଏଣୁ ସରକାର ବୋଧହୁଏ ଏଥିନିମନ୍ତେ ଏହି ‘ପି୍ର-ୱେଡିଙ୍ଗ’ କୋର୍ସର ପ୍ରଚଳନ କରୁଛନ୍ତି । ଏହା ମଧ୍ୟ ସ୍ପର୍ଶ କରାଯାଇଛି ଯେ ଯେଉଁ ଛାତ୍ରାବାସ ଏହି ‘ପି୍ର-ୱେଡିଙ୍ଗ’ ପାଠ୍ୟକ୍ରମରେ ଫେଲ ହେବ, ସେମାନଙ୍କୁ ବିବାହର ଅନୁମତି ସ୍ଥାନୀୟ ସରକାର ଦେବେ ନାହିଁ । ମିଳିଥିବା ତଥ୍ୟ ଅନୁସାରେ, ୨୦୧୨-୨୦୧୩ ରେ ଇଣ୍ଡୋନେସିଆରେ ୩୫୦,୦୦୦ ଜଣ ବିବାହ ବିଚ୍ଛେଦ ନିମନ୍ତେ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ ୭୦% କେସରେ ସ୍ୱାମୀମାନଙ୍କ ପରକୀୟା ପ୍ରତି କାରଣରୁ ସ୍ତ୍ରୀମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ଅନୁଧ୍ୟାନରୁ ପ୍ରକାଶ ।