ଦୀର୍ଘାୟୁ ହେବେ ଲୋଭୀ ଲୋକ !
ଦୀର୍ଘାୟୁ ହେବେ ଲୋଭୀ ଲୋକ !
admin
Jan 12, 2020 - 05:41
Updated: Jan 12, 2020 - 05:41
ତଥ୍ୟଟି ବେଶ୍ ମଜାଦାର ହୋଇଥିଲେ ମଧ୍ୟ ଗ୍ଲାସ୍ଗୋ ବିଶ୍ୱ ବିଦ୍ୟାଳୟର ଗବେଷକ ସମୂହ ଏହା ପ୍ରକାଶ କରିଛନ୍ତି । ୬ ବର୍ଷ ତଳେ ସେମାନେ ଏହି ଗବେଷଣା ଆରମ୍ଭ କରିଥିବା ବେଳେ ୨୦୧୯ ଅକ୍ଟୋବରରେ ୱେବସାଇଟ ଜରିଆରେ ତଥ୍ୟ ଉଲ୍ଲେଖ କରିଥିଲେ । ୫୫ ହଜାର ଲୋକ ଯେଉଁମାନଙ୍କ ବୟସ ୭୮ ରୁ ଅଧିକ ଥିଲା ସେମାନଙ୍କୁ ଏଥିରେ ସାମିଲ କରାଯାଇଥିଲା । ଗବେଷକ ମୁଖ୍ୟ ଡାନିଏଲ୍ ସିଇ’ଙ୍କ ମତରେ ଗବେଷଣାରେ ସାମିଲ ହୋଇଥିବା ଏତେ ସଂଖ୍ୟକ ଲୋକଙ୍କ ମତରେ ୯୦୦ ଜଣ ସବୁଠୁ ଅଧିକ ଲୋଭୀ ପ୍ରବୃତ୍ତିର ଥିଲେ । ନିଜ ଧନସମ୍ପତ୍ତି, କୋଠାବାଡ଼ି, କାର ଇତ୍ୟାଦି ନିଜ ପିଲାଙ୍କୁ ଦେବାରେ, ସେମାନଙ୍କର କୌଣସି ଆଗ୍ରହ ନଥିଲା । ବରଂ ଏଇ ବୟସରେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେଜଣ ରୀତିମତ ବ୍ୟାଙ୍କ ଯାଇ ବୁଝୁଥିଲେ, କେଉଁ ନିବେଶରେ କିଭଳି ସୁବିଧାମାନ ମିଳୁଛି? ଗବେଷଣାରେ ଅନ୍ତର୍ଗତ ଅନ୍ୟ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ସେଇ ୯୦୦ ଜଣଙ୍କ ମଧ୍ୟରୁ ୭୨୨ ଜଣ ବୟସ୍କ ଏବେ ପର୍ଯ୍ୟନ୍ତ ଜୀବିତ ଥିବା ସହ ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି । ଏଇ ବୟସ୍କ ପିଢ଼ି ନିଜ ପିଲା କିମ୍ବା ପତ୍ନୀ କାହାକୁ ବିଶ୍ୱାସ କରୁନଥିବା ବେଳେ ଧନସମ୍ପତ୍ତି ହିଁ ସେମାନଙ୍କ ପାଇଁ ସବୁକିଛି ବୋଲି ଜଣାପଡ଼ିଛି ।