ଦୁଇ ଆତଙ୍କବାଦୀଙ୍କ ସହିତ ଜଣେ ଡିଏସ୍‌ପି ଗିରଫ

ଦୁଇ ଆତଙ୍କବାଦୀଙ୍କ ସହିତ ଜଣେ ଡିଏସ୍‌ପି ଗିରଫ

ଦୁଇ ଆତଙ୍କବାଦୀଙ୍କ ସହିତ ଜଣେ ଡିଏସ୍‌ପି ଗିରଫ
ଜାମ୍ମୁ - ଦୁଇ ଆତଙ୍କବାଦୀଙ୍କ ସହ ଗିରଫ ହେଲେ ଜଣେ ଡିଏସପି । ଏହିଘଟଣା ଏବେ ସାରା ଭାରତ ବର୍ଷରେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଡିଏସପି ଜଣକ ହେଲେ ଦେବୀନ୍ଦର ସିଂ। ଶନିବାର ସେ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ କୁଲଗାମ ଜିଲାର ମୀର୍ ବଜାର ଅଞ୍ଚଳରେ ଲଶ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନର ୨ ଆତଙ୍କବାଦୀଙ୍କ ସହିତ କାର୍ରେ ଯାଉଥିବାବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଏହା ସହିତ ୨ ଆତଙ୍କବାଦୀ ଲଶ୍କର କମାଣ୍ଡର ସଇଦ ନବୀଦ ମୁସ୍ତାକ ଓରଫ ନବୀଦ ବାବୁ ଏବଂ ହିଜବୁଲର ଅଲ୍ତାଫ ଆସିଫ ଦାର୍କୁ ବି ଗିରଫ କରାଯାଇଛି। କାର୍ରୁ ୨ଟି ଏକେ-୪୭ ଏବଂ କିଛି ହ୍ୟାଣ୍ଡ ଗ୍ରେନେଡ୍ ଜବତ ହୋଇଛି। ଗତ ଅଗଷ୍ଟ ୧୫ରେ ଦେବୀନ୍ଦରଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଗିରଫଦାରୀ ପରେ ଡିଏସପିଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା। ସେଠାରୁ ମଧ୍ୟ ଗୋଟିଏ ଏକେ-୪୭, ୨ଟି ବନ୍ଧୁକ ଏବଂ ୩ଟି ଗ୍ରେନେଡ୍ ମିଳିଛି। ଡିଏସପି ଦେବୀନ୍ଦର ଶ୍ରୀନଗର ବିମାନବନ୍ଦରରେ ଆଣ୍ଟି ହାଇଜାକିଂ ସ୍କ୍ବାଡ୍ରେ ମୁତୟନ ଥିଲେ। ସେ ଜାମ୍ମୁ ଯିବା ଲାଗି ୪ ଦିନ ଛୁଟି ନେଇଥିଲେ। କିନ୍ତୁ ସେ ୨/୩ ଦିନ ଧରି ଆତଙ୍କବାଦୀଙ୍କ ସହିତ ବୁଲୁଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ ଚଢ଼ାଉ କରି ତାଙ୍କୁ କରିଥିଲା। ଗାଡ଼ିରେ ବସିଥିବା ୨ ଆତଙ୍କୀ ଏବଂ ଡିଏସପି ସମସ୍ତେ ପଗଡ଼ି ବାନ୍ଧିଥିଲେ। ଫଳରେ କାହାକୁ ଯେପରି କୌଣସି ସନ୍ଦେହ ହେବ ନାହିଁ। ଡିଏସପି ଏହି ଆତଙ୍କବାଦୀମାନଙ୍କୁ ଘାଟିରୁ ବାହାରକୁ ନେବା ଲାଗି ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି।