୨୦୫୦ ବେଳକୁ କଦଳୀ ମିଳିବନି!

୨୦୫୦ ବେଳକୁ କଦଳୀ ମିଳିବନି!

୨୦୫୦ ବେଳକୁ କଦଳୀ ମିଳିବନି!
ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଏବେ କଦଳୀ ଚାଷ ଉପରେ । କ୍ରମାଗତ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସାରା ବିଶ୍ୱରେ କଦଳୀ ଉପôାଦନର ହାର କମୁଛି । ଏଥିରେ ସୁଧାର ନ ଆସିଲେ ୨୦୫୦ ବେଳକୁ ଜନମାନସରୁ କଦଳୀ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଥିବ, ନଚେତ ଅଳ୍ପ କିଛି ରାଷ୍ଟ୍ରରେ ଅତି ସୀମିତ ପରିମାଣରେ ଉପôାଦିତ ହେଉଥିବ । ‘ଇଂଲଣ୍ଡର ୟୁନିଭର୍ସିଟି ଅଫ ଏକ୍ସଟେରିଅର’ ର ଗବେଷକମାନେ ଏହି ସତର୍କବାଣୀ ଶୁଣାଇଛନ୍ତି । ବିଶ୍ୱର ସର୍ବାଧିକ କଦଳୀ ଉପôାଦନକାରୀ ସତେଶଟି ରାଷ୍ଟ୍ର ଉପରେ ଗଲା ଦଶ ବର୍ଷର ଅଧ୍ୟୟନରୁ ଗବେଷକଙ୍କୁ ଏହି ନିଷ୍କର୍ଷ ମିଳିଶି । ‘ନେଚର୍ କ୍ଲାଇମେଟ ଚେଞ୍ଚ’ ପତି୍ରକାରେ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ କଦଳୀ ଉପôାଦନରେ ଭାରତର ସ୍ଥାନ ବିଶ୍ୱରେ ପ୍ରଥମ ଏବଂ ଖାଉଟିଙ୍କ ସଂଖ୍ୟା ବି ସର୍ବାଧିକ । ଜଳବାୟୁ ପରିବର୍ତ୍ତନ ଦ୍ୱାରା ଭାରତ ସମେତ ବ୍ରାଜିଲ, କଲମ୍ବିଆ, କୋଷ୍ଟା ରିକା, ଗ୍ୱେଟେମାଲା, ପାନାମା, ଫିଲିପିନସ ଭଳି ଆଗୁଆ କଦଳୀ ଉପôାଦିତ ରାଷ୍ଟ୍ରଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ।