"ଡାନ୍ସ ଦିୱାନେ' ଫାଇନାଲରେ ମୟୂରଭଞ୍ଜର ଓମ୍ ଶୁଭମ୍

"ଡାନ୍ସ ଦିୱାନେ' ଫାଇନାଲରେ ମୟୂରଭଞ୍ଜର ଓମ୍ ଶୁଭମ୍

"ଡାନ୍ସ ଦିୱାନେ' ଫାଇନାଲରେ ମୟୂରଭଞ୍ଜର ଓମ୍ ଶୁଭମ୍
ବାଲେଶ୍ୱର : କଲର୍ସ ଭଳି ଏକ ଜାତୀୟସ୍ତରର ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ଦିୱାନେ ସିଜିନ୍-୨ ରିଆଲିଟି ସୋ'ରେ ମୟୂରଭଂଜର ପୁଅ ଓମ ଶୁଭମ ମହାପାତ୍ର, ଯାହାଙ୍କ ବୟସ ମାତ୍ର ୧୧ ବର୍ଷ; ଶେଷରେ ଫାଇନାଲରେ ପହଂଚିଛନ୍ତି । ଗୋଟିଏ ପରେ ଗୋଟିଏ ଏପିସୋଡରେ ଓମ୍ ଖୁବ୍ ଭଲ ପ୍ରଦର୍ଶନ କରି ବିଚାରକ ମାଧୁରୀ, ତୁଷାର, ଶଶାଙ୍କ ସହ ଅତିଥି ବିଚାରକମାନଙ୍କ ମନ ଜିଣିପାରିଛନ୍ତି । ଏବେ ଭୋଟିଂ ଚାଲିଥିବା ବେଳେ ଓମ୍ଙ୍କୁ ଭୋଟ୍ ଦେଇ ଫାଇନାଲରେ ବିଜୟୀ କରିବା ପାଇଁ ପରିବାର ଲୋକ ଓ ଶୁଭେଚ୍ଛାମାନେ ରାଜ୍ୟବାସୀଙ୍କୁ ଅନୁୁରୋଧ କରିଛନ୍ତି । ଶନିବାର ଓ ରବିବାର ରାତି ୧୦ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଭୋଟିଂ ଲାଇନ୍ ଖୋଲା ରହୁଛି । ଭୋଟ୍ ଦେବା ପାଇଁ ଦର୍ଶକମାନଙ୍କୁ ମୋବାଇଲ୍ରେ "ଙ୍ଖକ୍ଟକ୍ଟଗ୍ଧ' କିମ୍ବା "ଗଚ୍ଚ ଔସକ୍ଟ' ଆପ୍ ଡାଇନ୍ଲୋଡ୍ କରିବାକୁ ହେବ । ଉଲ୍ଲେଖ ଥାଉ କି ଆସନ୍ତା ସପ୍ତାହରେ ଗ୍ରାଣ୍ଡ ଫିନାଲେ ରହିଛି । ଓମ୍ ଓମ୍ ଶୁଭମଙ୍କ ଘର ମୟୂରଭଂଜ ଜିଲ୍ଲା ଖୁଣ୍ଟା ବ୍ଲକ୍ କରକଚିଆ ଗ୍ରାମରେ । ତେବେ ବର୍ତମାନ ବାପା ଅରବିନ୍ଦ ମହାପାତ୍ର ଓ ମାଆ କୁଂଜଲତା ମହାପାତ୍ରଙ୍କ ସହ ବାରିପଦା ଏଲ୍ଆଇସି କଲୋନିରେ ରହୁଛନ୍ତି । ସେ ଲକ୍ଷ୍ମୀପୋଷି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଷ୍ଟାଣ୍ଡାର୍ଡ ୬ରେ ପଢ଼ୁଥିବା ବେଳେ ଶ୍ରୀମାନ ଦୀପୁଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଛନ୍ତି ।