ଟେକ୍ସାସରେ ଆତଙ୍କ ଖେଳାଇଲା ବାତ୍ୟା "ଇମେଲ୍ଡା’ ଅଟକି ପାରେ "ହାଓଡି ମୋଦୀ'

ଟେକ୍ସାସରେ ଆତଙ୍କ ଖେଳାଇଲା ବାତ୍ୟା "ଇମେଲ୍ଡା’ ଅଟକି ପାରେ "ହାଓଡି ମୋଦୀ'

ଟେକ୍ସାସରେ ଆତଙ୍କ ଖେଳାଇଲା ବାତ୍ୟା "ଇମେଲ୍ଡା’ ଅଟକି ପାରେ "ହାଓଡି ମୋଦୀ'
ହଷ୍ଟନ୍: ଆମେରିକାରେ "ହାଓଡି ମୋଦୀ' କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆସନ୍ତା ରବିବାର ଦିନ "ହାଓଡି ମୋଦୀ' କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦,୦୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କୁ ଉଦବୋଧନ ଦେବେ । କିନ୍ତୁ ସାମୁଦ୍ରିକ ଝଡ଼ "ଇମେଲ୍ଡା’ ଯୋଗୁଁ ହଷ୍ଟନରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି । "ଇମେଲ୍ଡା’ଗତକାଲି ଟେକ୍ସାସରେ ମାଡ଼ ହୋଇଛି । ଏହାଦ୍ୱାରା ପ୍ରବଳ ବର୍ଷା ହୋଇ ଦକ୍ଷିଣପୂର୍ବ ଟେକ୍ସାସରେ ବନ୍ୟା ଆସିଛି । ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର କରାଯାଉଛି ଏବଂ ଘର ଭିତରେ ରହିବାପାଇଁ ନିଦେ୍ର୍ଧଶ ଜାରି ହୋଇଛି । ଟେକ୍ସାସ୍ ରାଜ୍ୟପାଳ ଗ୍ରେଗ୍ ଆଽଟ୍ ଦକ୍ଷିଣପୂର୍ବ ଟେକ୍ସାସରେ ୧୩ଟି ରାଜ୍ୟରେ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି । ତେଣୁ ଏଭଳି ସମୟରେ "ହାଓଡି ମୋଦୀ' କାର୍ଯ୍ୟକ୍ରମ ଅଟକିପାରେ ବୋଲି ଆଶଙ୍କା କରାଯାଇଛି । ତେବେ ଏନେଇ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ । ଅନ୍ୟପକ୍ଷେ "ହାଓଡି' ମୋଦୀ କାର୍ଯ୍ୟକ୍ରମର ଆୟୋଜକମାନେ ବିଶ୍ୱାସ ରଖିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିତି ସ୍ୱାଭାବିକ ହୋଇସାରିଥିବ । ବାତ୍ୟା ଯୋଗୁଁ ୨ ଜଣଙ୍କ ମୃତୁ୍ୟ ହୋଇଛି ଏବଂ ପ୍ରାୟ ୧୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ହଷ୍ଟନରେ ୯୦୦ରୁ ଅଧିକ ବିମାନ ବାତିଲ କରାଯାଇଛି । ସମସ୍ତ ଲୋକଙ୍କୁ ଘରେ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି ।