ଖୁବ୍‌ଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ ନୋଟ

ଖୁବ୍‌ଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ ନୋଟ

ଖୁବ୍‌ଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ ନୋଟ
ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ନୂତନ ଢଙ୍ଗରେ ମୁଦ୍ରିତ ୨୦ ଟଙ୍କିଆ ନୋଟ ଆଣିବ । ଏଥିପାଇଁ ପ୍ରକ୍ରିୟାକୁ ଜୋର କରି ଦିଆଯାଇଥିବା ବ୍ୟାଙ୍କ ତରଫରୁ ଶୁକ୍ରବାର ଜାତୀୟ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଏଥିରେ ଆରବିଆଇର ନୂଆ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ। ଏହି ନୋଟ ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜର ନୋଟ ହେବ। ପୂର୍ବରୁ ଥିବା ୨୦ ଟଙ୍କିଆ ନୋଟ ତୁଳନାରେ ଏହି ନୂଆ ନୋଟରେ କେତେକ ପରିବର୍ତ୍ତନ କରାଯାଇଥିବା ଆରବିଆଇ ସୂଚନା ଦେଇଛି। ଆରବିଆଇ ନୂଆ ୨୦ ଟଙ୍କିଆ ନୋଟ୍ର ଏକ ଫଟୋ ଜାରି କରିଛିଛି। ଏହି ନୂଆ ନୋଟର ରଙ୍ଗ ସବୁଜ ହଳଦିଆ ରହିଛି। ନୋଟ୍ର ପଛ ଭାଗରେ ଏଲୋରା ଗୁମ୍ଫା ଚିତ୍ର ଛପାଯାଇଛି, ଯାହା ଭାରତୀୟ ସଂସ୍କୃତିକୁ ଦର୍ଶାଉଛି। ନୋଟ୍ର ସାମ୍ନା ପଟେ ମଧ୍ୟ ସ୍ଥାନକୁ ମହାତ୍ମା ଗାନ୍ଧୀଙ୍କ ଚିତ୍ର ରହିଥିବା ବେଳେ ହିନ୍ଦୀ ଏବଂ ଇଂଲିଶରେ ନୋଟର ମୂଲ୍ୟ ଲେଖାଯାଇଛି। ଆଗପଟେ ଏକ ପାର୍ଶ୍ଵରେ ଅଶୋକ ସ୍ତମ୍ଭ ରହିଛି। ନୋଟ୍ର ପଛ ଭାଗରେ ବର୍ଷ ସହିତ ସ୍ବଚ୍ଛ ଭାରତ ଲୋଗୋ ଏବଂ ସ୍ଳୋଗାନ ଲେଖାଯାଇଛି। ନୋଟ୍ର ଲମ୍ବ ୧୨୯ ମିଲିମିଟର ଏବଂ ଚଉଡ଼ା ୬୩ ମିଲିମିଟର ରହିଛି। ନୋଟ୍ର ସୁରକ୍ଷା ପଟି ଉପରେ ଆରବିଆଇ ଲେଖାଯାଇଛି। ନୂଆ ନୋଟ୍ ଆସିବା ପରେ ବି ପୁରୁଣା ନୋଟ୍ ପ୍ରଚଳନ ଜାରି ରହିବ ବୋଲି ଆରବିଆଇ କହିଛି।