୬ ଘଣ୍ଟାରେ ତିଆରି ହେବ ଘର

୬ ଘଣ୍ଟାରେ ତିଆରି ହେବ ଘର

୬ ଘଣ୍ଟାରେ ତିଆରି ହେବ ଘର
ଇଟାଲିଆନ ସ୍ଥପତି ରିନାଟୋ ଭିଡାଲ ଗୃହ ନିର୍ମାଣ କ୍ଷେତ୍ରକୁ ଏକ ନୂଆ ଦିଗନ୍ତ ଦେଇଛନ୍ତି ତାଙ୍କ ଦ୍ୱାରା ବିକଶିତ ପଦ୍ଧତି ଏବଂ ଉପକରଣ ବ୍ୟବହାର ଦ୍ୱାରା ମାତ୍ର ଛଅ ଘଣ୍ଟାରେ ବାସ ଉପଯୋଗୀ ଘର ତିଆରି କରାଯାଇପାରିବ । ତିନି ଜଣ ତାଲିମ ପ୍ରାପ୍ତ ଶ୍ରମିକ ଏହି ସମୟ ଭିତରେ ଘର ଛିଡା କରାଇଦେବେ । ୨୯୦ ବର୍ଗ ଫୁଟ ଆକାରର ଘର ତିଆରିରେ ମୋଟ ଖର୍ଚ୍ଚ ହେବ ଭାରତୀୟ ମୁଦ୍ରାରେ ପ୍ରାୟ ତିରିଶ ଲକ୍ଷ ଟଙ୍କା । ଘର ଦୁଇ ମହଲା ହେବ । ସେଥିରେ ଶୟନ କକ୍ଷ ସହ ରୋଷେଇ ଘର, ଭୋଜନ କକ୍ଷ, ଶୌଚାଳୟ ଆଦି ରହିବ । ଏହା ଭୂମିକମ୍ପ ନିରୋଧୀ ଘର । ଘର ତିଆରି ସରୁ ସରୁ ବାସ କରିହେବ । ଏହା ଏକ ପ୍ରକାରର ରେଡିମେଡ ଓ ଫୋଲଡିଂ ଘର । ଅର୍ଥାତ ଭବିଷ୍ୟତରେ ମାଲିକ ଇଚ୍ଛା କଲେ ସମ୍ପୂର୍ଣ୍ଣ ଭାବେ ଖୋଲି ଦେଇ ଅନ୍ୟତ୍ର ବସାଇ ପାରିବେ ।