ବାସ୍ତୁଶାସ୍ତ୍ର ଅନୁଯାୟୀ ଶୟନକକ୍ଷର ସାଜସଜ୍ଜା

ବାସ୍ତୁଶାସ୍ତ୍ର ଅନୁଯାୟୀ ଶୟନକକ୍ଷର ସାଜସଜ୍ଜା

ବାସ୍ତୁଶାସ୍ତ୍ର ଅନୁଯାୟୀ ଶୟନକକ୍ଷର ସାଜସଜ୍ଜା
ବାସ୍ତୁଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଘରର ଶୟନକକ୍ଷ ଉଚିତ ଦିଗରେ ନଥିଲେ, ପରିବାର ସଦସ୍ୟଙ୍କ ମଧ୍ୟରେ ନିୟମିତ କଳି ଝଗଡ଼ା ଲାଗିରହେ । ଏଣୁ ବାସ୍ତୁବିତଙ୍କ ମତରେ ଶୟନକକ୍ଷର ଯଦିଓ ଦିଗ ଠିକ୍ ନାହିଁ, ତେବେ କେତେକ ଦିଗ ପ୍ରତି ଧ୍ୟାନ ଦେଲେ ଅନ୍ୟାନ୍ୟ ସମସ୍ୟାର ସମାଧାନ ହୋଇପାରିବ । ପ୍ରଥମ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ କକ୍ଷର ଦୁଆର ସମ୍ମୁଖରେ ଖଟ ରଖିବା ଅନୁଚିତ । ଏହା ବିଭିନ୍ନ ସମସ୍ୟା ସୃଷ୍ଟି କରେ । ପିଲାଙ୍କ କକ୍ଷରେ ଏଭଳି ଭାବେ ଖଟ ରଖନ୍ତୁ, ଯେପରି ପଶ୍ଚିମ ଦିଗକୁ ସେମାନେ ମୁଣ୍ଡ କରି ଶୋଇବେ । ଘରର ମୁଖିଆଙ୍କ କକ୍ଷ ଦକ୍ଷିଣ ପଶ୍ଚିମ ନଚେତ ପଶ୍ଚିମ ଦିଗରେ ହେବା ଉଚିତ । ନବବିବାହିତ ଯୋଡ଼ି ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଆଦୌ ଶୁଭପ୍ରଦ ନୁହେଁ । ପିଲାଙ୍କ ବ୍ୟତୀତ ଘରର ଅନ୍ୟ ସଦସ୍ୟମାନେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଭଲ । ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ଖରାପ ସ୍ୱପ୍ନ ଦେଖିବା ସହ ଭଲ ନିଦ ହୋଇନଥାଏ ବୋଲି ବାସ୍ତୁବିତଙ୍କ ମତ । ଯଦି ଗୋଟିଏ ପରିବାର ଦୁଇ ମହଲା ବିଶିଷ୍ଟ ଘରେ ରହୁଥାନ୍ତି, ତେବେ ଉପର ମହଲାରେ ଶୟନ କକ୍ଷ କରିବା ଶ୍ରେୟସ୍କର ।